ଯାଜପୁର ପୋଲିସର ଅଭିନବ ପ୍ରୟାସ
ଅପରାଧ ଉପରେ ରୋକ ଲଗେଇବା ପାଇଁ ଯାଜପୁର ପୋଲିସର ଅଭିନବ ପ୍ରୟାସ । ଯାଜପୁର ପୋଲିସ ପକ୍ଷରୁ ଏକ ୱାଟସପ ହେଲ୍ପ ଲାଇନ ସେବା ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଜନସାଧାରଣ ନିଜର ସମସ୍ୟା ଏଣିକି ୱାଟସପ ମାଧ୍ୟମରେ ପଞ୍ଜୀକୃତ କରିପାରିବେ ବୋଲି ସୂଚନା ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ୱାଟସପ ହେଲ୍ପଲାଇନ ନଂ +୯୧୯୫୫୬୪୪୦୨୭୦ ଦ୍ୱାରା ଜନସାଧାରଣ ମାନେ ଯେକୌଣସି ସୂଚନା, ସ୍ଥାନ, ଭିଡିଓ, ଫଟୋ ପୋଲିସକୁ ଦେଇପାରିବେ ।