ଯାଜପୁର ପୋଲିସ ହାତରେ ଧରା ପଡିଲେ ୪ ଡକାୟତ 

ଯାଜପୁର (ଯୁଗାବ୍ଦ ନ୍ୟୁଜ) ଯାଜପୁର ପୋଲିସ ହାତରେ ଧରା ପଡିଲେ ୪ ଆନ୍ତରାଜ୍ୟ କୁଖ୍ୟାତ ଡକାୟତ । ବିଝାଂରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଏକ ସୁନା ଦୋକାନ ଡକାୟତି କରିବା ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ . ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ ଓ ଦୁଇଟି ବାଇକ୍ ଓ ୫ ଟି ମୋବାଇଲ ଜବତ କରାଯାଇଛି । ସୁଚନା ଅନୁସାରେ ଏହି ଗ୍ୟାଙ୍ଗ ର ୬ ଜଣ ସଦସ୍ୟ ଜିଲ୍ଲାର ବିଭିନ୍ନ ଅଂଚଳ ରେ ଡକାୟତି କରିବାରେ ସଫଳ ହୋଇଥିଲେ ।ଏପରିକି ଗତ ପନ୍ଦର ଦିନ ତଳେ ବିଝାଂରପୁର ଥାନା ସୁନ୍ଦରପୁର ଅଂଚଳରେ ହୋଇଥିବା ସଶସ୍ତ୍ର ଡକାୟତି ରେ ଏମାନେ ସଂପୃକ୍ତି ଥିବା ପୋଲିସ ଆଗ ରେ ସ୍ୱୀକାର କରି ଥିଲେ । ଚୋରୀ ଅଳଙ୍କାର କୁ ନେଇ କଟକ ର ଏକ ସୁନା ଦୋକାନ ରେ ବିକ୍ରି କରୁଥିଲେ । ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ପୋଲିସ ର ଚଢାଉ ପରେ ବିଭିନ୍ନ ଅଂଚଳରୁ ଚୋରୀ ହୋଇଥିବା ୨୦୦ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୁପା ଜବତ କରାଯାଇଛି । ଏହି ଡକାୟତି ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୁବ ଶିଘ୍ର ଧରାଯିବାକୁ ଉଦ୍ୟମ କରାଯାଉଥିବା ଥିବା ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ