ଯାଜପୁର ରାଜନୀତି ସରଗରମ

ସାଧାରଣ ନିର୍ବାଚନର ରାଜନୀତି ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହୋଇଛି । ନିର୍ବାଚନ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ରଣନୀତି ଏବଂ ଏହା ବ୍ୟତୀତ ଉଭୟ ବିଜେଡି ,ବିଜେପି , ଓ କଂଗ୍ରେସ ତରଫରୁ ରାଜ୍ୟରେ ଭୋଟରଙ୍କୁ ଭେଟି ଭୋଟ ଆପଣାଇବାକୁ ପ୍ରୟାସ ଜାରୀ ରଖିଛନ୍ତି । ଠିକ ଏହି ସମୟରେ ଯାଜପୁର ରାଜନୀତି ପାଣିପାଗ ସଂମ୍ପର୍ଣ୍ଣ ଅଲଗା ରହିଛି ଓ ସରଗରମ ରହିଛି ରାଜନୀତି ।ଯାଜପୁର ନିର୍ବାଚନୀ ମଣ୍ଡଳୀ ପାଇଁ ବିଜେପି ଜିଲ୍ଲା ସଭାପତି ଗୈାତମ ରାୟଙ୍କୁ ପ୍ରାର୍ଥୀ କରିଛି । ବିଜେପି ତରଫରୁ ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ କରାଯାଇନାହିଁ । ବର୍ତ୍ତମାନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏଥର କୋରେଇ ନିର୍ବାଚନ ପାଇର୍ ଲଢିବା ପାଇଁ ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଏଆଇସିସି ସଦସ୍ୟ ପୁଲିନ ପୁହାଣ ଓ ଗତ ନିର୍ବାଚନରେ ସନ୍ତୋଷ ନନ୍ଦ ରହିଛନ୍ତି ।ସେହି ପରି ବିଜେଡି ତରଫରୁ ମହିଳା ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡି ଛି ।ତେବେ ଯାଜପୁର ରାଜନୀତି ସମୀକରଣ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ