ଯାଜପୁରରେ କୁକୁଡା ମଡକ

ଯାଜପୁର :- ବାର୍ଡ ପ୍ଲୁଂ ଆଶଙ୍କାରେ ଭୟଭିତ କୁକୁଡା ଚାଷୀ । ଯାଜପୁର ଅମ୍ବିକାଇ ଅଂଚଳରେ ଗତ କିଛି ଦିନ ଧରି ଏହି କୁକୁଡା ମଡକ ଜାରି ରହିଛି । ଆଜି ପୁଣି ସେହି ଅଂଚଳରେ ଆଉ ୪ଟି କୁକୁଡା ମରିଥିବା ଦେଖିବାକୁ ମିଳିଛି । କୁକୁଡା ମଡକର କୌଣସି କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ବାର୍ଡ ପ୍ଲୁଂ ହୋଇଥିବା ସନ୍ଦେହ କରୁଛନ୍ତି କୁକୁଡା ଚାଷୀ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବୀ କରାଯାଇଛି । ଆଜି ଏ ନେଇ ଖବର ମଳିବାପରେ ଜିଲା ସଦରମହକୁମା ପ୍ରାଣି ଚିକିତ୍ସାଳୟର ଉପନିର୍ଦ୍ଧେଶକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମଲା କୁକୁଡାଙ୍କ ନମୂନା ସଂଗ୍ରହ କରି ତାକୁ ପରିକ୍ଷା ପାଇଁ କଟକ ପୁଂଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ କୁ  ପଠାଯାଇଛି । ରିପୋର୍ଟ ଆସିବା ପରେ କୁକୁଡା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଉପନିର୍ଦ୍ଧେଶକ କହିଛନ୍ତି । ଏଥିସହିତ ଆଖପାଖ ଅଂଚଳରେ ଥିବା କୁକୁଡା ମାନଙ୍କୁ ପ୍ରତିଶେଧକ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ