ଯାଜପୁର ରେ ଲାଗୁ ହୋଇଥିବା ଲକ ଡାଉନ ନିୟମ କୁ କୋହଳ କରିଛି ଜିଲା ପ୍ରଶାସନ
ଯାଜପୁର,(ଯୁଗାବ୍ଦ ନ୍ୟୁଜ):ଯାଜପୁର ରେ ଲାଗୁ ହୋଇଥିବା ଲକ ଡାଉନ ନିୟମ କୁ କୋହଳ କରିଛି ଜିଲା ପ୍ରଶାସନ। ଆଜି ଠାରୁ ଜିଲାର ସମସ୍ତ ଗ୍ୟାରେଜ,ସାଇକେଲ ଦୋକାନ,ପାଠ୍ୟ ପୁସ୍ତକ ଉପକରଣ,ଦୁଗ୍ଧ ଯାତ ସାମଗ୍ରୀ ଦୋକାନ ଖୋଲିଛି। ଏହି ଦୋକାନ ଗୁଡିକ ସକାଳ ୬ ଟା ରୁ ଦିନ ୧୦ ପର୍ଯ୍ୟନ୍ତ ଖୋଲାରହିବ। ଜିଲ୍ଲାର ଏକ ମାତ୍ର କୋରୋନା ରୋଗୀ ସୁସ୍ଥ ହୋଇ ଆସିବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ଦୋକାନ ଖୋଲିବା ପରେ ଲୋକେ ନିଜର ବକେୟା କାମ କରିବା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖିସିର ମାହୋଲ ଦେଖାଦେଇଛି।


