ଯାଜପୁର ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି
ଯାଜପୁର,(ଓ୍ବାଇଏନ୍ଏସ୍) :ସାରା ବିଶ୍ୱରେଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ଏହି ପରିପ୍ରେକ୍ଷୀରେ କୋରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ସାମ୍ବାଦିକ ମାନେ ତାଙ୍କ ଜୀବନ କୁ ବିପର୍ଣ୍ଣ କରି ନିଷ୍ଠାର ସହିତ ସେମାନଙ୍କ ଦାଇତ୍ୱ ନିର୍ବାହ କରିଚାଲିଛନ୍ତି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସ ରେ ଯାଜପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହରି ହର ସ୍ବାଇଁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କୁ ଭେଟି ପଚାଶ ଲକ୍ଷ ଟଙ୍କା ର ବୀମା ଦେବାପାଇଁ ଦାବି କରାଯାଇଥିଲା ଓ ଏ ସମ୍ପର୍କରେ ଯାଜପୁର ବିଧାୟକ ତଥା ରାଜ୍ୟର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା .ଆଜି ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନେ କୋରୋନା ରେ ଆକ୍ରାନ୍ତ ହୋଇ ମୃତୁବରଣ କଲେ ତେବେ ତାଙ୍କ ପରିବାର ବର୍ଗ ଙ୍କୁ ପନ୍ଦର ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦିଆଯିବ ବୋଲି ଘୋଷଣା କରିଥିବାରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି