ଯାଜପୁର ସ୍ତରୀୟ ଜାତୀୟ ଖାଉଟି ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି ଦିବସ ମଙ୍ଗଳବାର ପୂର୍ବାହ୍ନରେ ଆଙ୍କୁଲା ସ୍ଥିତ “କପିଂ” ସମ୍ମିଳନୀ ଗୃହରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରତ୍ୟେକ ଖାଉଟି ନିଜ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ସରକାର ଅନେକ କଲ୍ୟାଣ ଓ ବିକାଶ ମୂଳକ ଯୋଜନା କରିଚ୍ଥନ୍ତି । ତେବେ ତାହାର ସୁପଂଳ ପାଇବା ପାଇଁ ପ୍ରତ୍ୟେକ ସ୍ତରରେ ଉତ୍ତର ଦାୟୀ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆଇନ ପ୍ରାଧିକରଣର ସଂପାଦକ ପ୍ରଦୀପ କୁମାର ବେହେରା ଯୋଗଦେଇ ଖାଉଟି ଅଧିକାର ସଂପର୍କରେ ବିସ୍ତୃତ ଆଲୋକପାତ କରିବା ସହ ନାଗରିକର ସାମ୍ୱିଧାନିକ ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ସମ୍ୱିଧାନ ସମସ୍ତଙ୍କୁ ସମାନ ଆଇନ ଅଧିକାର ଦେଇଚ୍ଥି । ଏପରି କି, ଦୁସ୍ଥ, ଅସହାୟ, ମହିଳା ଇତ୍ୟାଦି ବର୍ଗ ମାନଙ୍କୁ ମଧ୍ୟ ମାଗଣାରେ ଆଇନ ସେବା ଯୋଗାଇ ଦିଆଯାଉଚ୍ଥି ବୋଲି ସେ କହିଥିଲେ । ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଅବସର ପ୍ରାପ୍ତ ବିଚାରପତି ଅମୀୟ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଆଇନରେ ଅନେକ ବ୍ୟବସ୍ଥା ରହିଥିଲେ ମଧ୍ୟ ଯଦି ବ୍ୟକ୍ତି ନିଜେ ସଚେତନ ନ ହେବ ତେବେ ତାହାର ସୁପଂଳ ପାଇପାରିବ ନାହିଁ ବୋଲି କହିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଖାଉଟି ବିବାଦ ସମାଧାନ ପୋଂରମର ସଦସ୍ୟା ସ୍ମିତା ରାୟ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଯୋଗାଣ ଅଧିକାରୀ ପ୍ରହଲାଦ ସେଠୀ ପ୍ରମୁଖ ଖାଉଟି ସୁରକ୍ଷା, କର୍ତ୍ତବ୍ୟ ଓ ଅଧିକାର ପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ “କପିଂ” ର ସଂପାଦକ ହୃଷିକେଶ ପଣ୍ଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ବୈଧ ଓ ଓଜନ ମାପ ବିଭାଗର ଜିଲ୍ଳ୍‌ା ମୁଖ୍ୟ ଜ୍ଞାନ ରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ