ଯାଞ୍ଚ ବେଳେ ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନା ଘୁଡକାପଦର ପୋଲଠାରେ ଚକାପାଦ ପୋଲିସ ଯାଞ୍ଚ କରିବା ସମୟରେ ଏକ ଓଲା କାର୍ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେ ହେଲେ ଟିକାବାଲି ଥାନା ଡିମୁଣ୍ଡା ଗ୍ରାମର ଟଙ୍କଧର ଦିଗାଳ। ପ୍ରକାଶଯେ, ଟଙ୍କଧର ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ଟିକାବାଲି, ଚକାପାଦ ଦେଇ କାରଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା।ଚକାପାଦର ଘୁଡୁକାପଦରଠାରେ ବିପରୀତ ଦିଗରୁ ଆସୁଥିବା ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କାରଟିକୁ ଅଟକାଇ ଯାଞ୍ଚବେଳ ଗଞ୍ଜେଇ ମିଳିଥିଲା। ଏନେଇ ଚକାପାଦ ଥାନାରେ କେଶ ନଂ.୨୩/୨୦ରେ ଏକ ମାମଲା ରୁଜୁ ହୋଇଥିବା ବିଷୟ ଥାନା ଅଧିକାରୀ ତପନ ତରୁଣ ବେହେରା ସୂଚନା ଦେଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ