ଯାତ୍ରବାହୀ ବସ – ସାଇକେଲ ଧକ୍କା – ବୃଦ୍ଧ ଗୁରୁତର
ହିଞ୍ଜିଳିକାଟ (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳ ଘୋଡ଼ାହାଡ଼ ସେତୁ ନିକଟରେ ଘରୋଇ ଘରୋଇ ଯାତ୍ରିବାହୀ ବସ ସାଇରାମ (ଓଡ଼ି୦୭ଏଲ- ୫୭୦୭) ସହ ସାଇକେଲର ଧକ୍କା ଘଟି ସାଇକେଲ ଚାଳକ ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଅଂଚଳର ଜୁରିଆ ସାହୁ (୬୪) ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକେ ଯାତ୍ରବାହୀ ବସକୁ ଅଟକାଇବାର ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା କରିଥିଲା । ଯାତ୍ରବାହୀ ବସକୁ ଥାନାକୁ ଆଣି ପୋଲିସ ଘଟଣାର ତଦନ୍ତ ଚଳାଇଛି


