ଯାତ୍ରା ଜଗତ ଓ ଅଶ୍ଲିଳତା

ମନୋରଞ୍ଜନ ହେଉଛି ଜନସାଧାରଣଙ୍କର ଏକ ପ୍ରମୁଖ ମାଧ୍ୟମ । ଏହା ସବୁ ଶ୍ରେଣୀର, ସବୁବର୍ଗର ଓ ସବୁ ବୟସର
ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ । କର୍ମମୟ ଜଞ୍ଜାଳ ଓ ଅବସର ସମୟ କଟାଇବା ପାଇଁ ସାଧାରଣତଃ ଲୋକମାନେ ମନୋରଞ୍ଜନ ପାଇଁ
ଚଳଚ୍ଚିତ୍ର ଓ ଟିଭିରେ ବିଭିନ୍ନ ଧାରାବାହିକ ଦେଖୁଥିଲା ବେଳେ ଆଉ କେହି କେହି ଯାତ୍ରା ଦେଖି ମନୋରଞ୍ଜନ କରିଥାନ୍ତି । ଯଦିଓ
ଯାତ୍ରାର ସୃଷ୍ଟି କେବେ ହୋଇଥିଲା ତାହା ସଠିକ୍ ଜଣାନଥିଲେ ମଧ୍ୟ ବର୍ତ୍ତମାନ ଭଳି ପୂର୍ବରୁ ଯାତ୍ରା ଏତେ ଲୋକପ୍ରିୟତା ହାସଲ
କରି ।ରିନଥିଲା । କାରଣ ସେହି ସମୟରେ ଯାତ୍ରାରେ ଅତ୍ୟାଧୁନିକ ଜ୍ଞାନକୌଶଳର ସାଜ୍ଜସଜା ଓ ଉନ୍ନତ ଯନ୍ତ୍ରପାତିର ବ୍ୟବସ୍ଥା ନ
ଥିଲା । ବହୁ ପୂର୍ବରୁ ଗାଁ ଗହଳି ଯୁବକସଂଘର ପିଲାମାନେ ଡ୍ରାମା କରୁଥିଲେ । ଏଥି ।ଇଁ ସେମାନେ ମାସେ ଦୁଇମାସ ପୂର୍ବରୁ ଅଭ୍ୟାସ
କରୁଥିଲେ ଯାହାକୁ ରିହରସଲ କୁହାଯାଉଥିଲା ଏବଂ ଏଥି ।ଇଁ ଜଣେ ସ୍ୱତନ୍ତ୍ର ଯାତ୍ରା ନିର୍ଦ୍ଦେଶକଙ୍କୁ ମନୋନୀତ କରାଯାଉଥିଲା ଏବଂ
ଡ଼୍ରାମାଟି ତାଙ୍କ ନିର୍ଦ୍ଦେଶରେ ପରି•ଳିତ ହେଉଥିଲା । ସେତେବେଳ ଡ଼୍ରାମାରେ ପୁରୁଷମାନେ ମହିଳାମାନଙ୍କ ଭୂମିକାରେ ଅଭିନୟ
କରୁଥିଲେ । କାରଣ ମହିଳାମାନେ ଯାତ୍ରାରେ ଅଭିନୟ କରିବାକୁ ନାପସନ୍ଦ କରୁଥିଲେ । ଏହି ଡ଼୍ରାମା ଯେଉଁ ଗ୍ରାମରେ ହେଉଥିଲା
ତାହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ବହୁ ଲୋକ ଦେଖିବାକୁ ଆସୁଥିଲେ । ବିଶେଷକରି ସେହି ସମୟରେ ପୌରାଣିକ ଓ
ପାରିବାରିକ କାହାଣୀ ଉପରେ ଏହା ଆଧାରିତ ଥିଲା । ସମୟ କ୍ରମେ ଏହି ଡ଼୍ରାମା ପରିବର୍ତ୍ତନ ହୋଇ ଏହାର ବିକଳ୍ପଭାବେ ଅପେରାକୁ
ଲୋକମାନେ ଆପଣେଇନେଲେ । ଅପେରାରେ ହାସ୍ୟ ଅଭିନେତା ବା କମେଡ଼ିଆନମାନେ ଦର୍ଶକମାନଙ୍କୁ ବେଶି ମନୋରଞ୍ଜନର
ଖୋରାକ ଯୋଗାଇଥାନ୍ତି ଓ ଏହି ଅପେରା ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କରେ ଯାତ୍ରା ପରିବେଷଣ କରୁଥିଲେ ଓ ଏହାକୁ
ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଥିଲା । ଧୀରେ ଧୀରେ ପୁରୁଷ ମାନଙ୍କ ଭଳି ମହିଳାମାନେ ଏହି ଅପେରାରେ ଅଭିୟନ
କରିବା ଆରମ୍ଭ କଲେ । ଗାଁ ଗହଳିର ଆର୍ଥିକ ଅନଗ୍ରସର ପରିବାର ଓ ଅପାଠୁଆ ଝିଅମାନେ ଅଭିନୟ କରୁଥିଲେ ଯାହାକୁକି ସାଧାରଣ
ଲୋକମାନ ନାପସନ୍ଦ କରୁଥିଲେ ଓ ଟାହିଟାପରା ମଧ୍ୟ କରୁଥିଲେ । କିନ୍ତୁ ସମୟର ପରିବର୍ତ୍ତନ ସହିତ ଏହି ଅପେରାରେ ମଧ୍ୟ
ପରି ର୍ତ୍ତନ ଘଟି ଏବେ ବଡ଼ ବଡ଼ ଯାତ୍ରା ପାର୍ଟିରେ ପରିଣତ ହୋଇଛି ଏବଂ ଏଥିରେ ଉଭୟ ଶିକ୍ଷତ ପୁରୁଷ ଏବଂ ମହିଳାମାନେ
ଅଭିନୟ କରୁଛନ୍ତି ଏବଂ ଏଥି ।ଇଁ ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ନେଉଛନ୍ତି । ବର୍ତ୍ତମାନର ଏହି ଯାତ୍ରାପାର୍ଟିର •ହିଦା ଏତେ
ବଢିଗଲାଣି ଯେ, ବହୁ କଳାକାର ଚଳଚ୍ଚିତ୍ର ଓ ଧାରାବାହିକ ଛାଡ଼ି ଯାତ୍ରା ଜଗତରେ ପାଦ ଦେଲେଣି । ଏମାନଙ୍କର ଅଭିନୟ ମଧ୍ୟ ଅତି
ନିଖୁଣ ଓ ଲୋକପ୍ରିୟ ହୋଇପାରିଛି । ବିଶେଷ କରି ଯାତ୍ରାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ମୋଲୋଡ଼ି ଏବଂ କମେଡ଼ି ବହୁ ମାତ୍ରାରେ
ଲୋକପ୍ରିୟତା ହାସଲ କରି ।ରିଛି । ଏହି ମେଲୋଡ଼ିରେ ଉଭୟ ପୁଅ ଓ ଝିଅ ବିଭିନ୍ନ ହିନ୍ଦୀ, ଓଡ଼ିଆ ଚଳଚ୍ଚିତ୍ର ଓ ଆଲ୍ବମ୍ ଗୀତର
ତାଳେ ତାଳେ ଅତି ସୁନ୍ଦରଭାବେ ନୃତ୍ୟ ପରିବେଷଣ କରିଥାନ୍ତି ଯେଉଁଟାକି ଦର୍ଶକଙ୍କ ମନୋରଞ୍ଜନର କେନ୍ଦ୍ରବିନ୍ଦୁ ପାଲଟିଥାଏ ।
ବର୍ତ୍ତମାନ ଯାତ୍ରାରେ ପାରିବାରିକ ଓ ପୌରାଣିକ କାହାଣୀ ପରିବର୍ତ୍ତେ ଏବେ ରୋମାଣ୍ଟିକ ଓ ରାଜନୈତିକ କାହାଣୀ ଉପରେ
ଆଧାରିତ ହେଉଛି ଯେଉଁଥି ପାଇଁ ଯାତ୍ରାପାର୍ଟିଗୁଡ଼ିକ ଲୋକପ୍ରିୟତା ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ରାଜଧାନୀ
ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ ହେଉଥିବା ବେଳେ ପ୍ରତିବର୍ଷ ଫେବୃୟାରୀ ମାସ ଖଣ୍ଡଗିରି ମେଳାରେ
ଯେଉଁ ଯାତ୍ରା ପରିବେଷଣ ହୁଏ ତାହା ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରି ।ରିଛି । ଖଣ୍ଡଗିରିର ଏହି
ମେଳାରେ ଲଗାତର ଦୁଇସପ୍ତାହ ଧରି ବିଭିନ୍ନ ଯାତ୍ରା ଅନୁଷ୍ଠାନମାନେ ନିଜ ନିଜର ଯାତ୍ରା ପରିବେଣ କରିଥାନ୍ତି ଓ ଏଥିରେ ବହୁ
ପ୍ରତିଯୋଗିତା ହୋଇଥାଏ । ଗତ କିଛିବର୍ଷ ହେବ ଯାତ୍ରା ଉତ୍ସବ ଶେଷରେ ଶ୍ରେଷ୍ଠ ଯାତ୍ରା ପରିବେଷଣ କରିଥିବା ଯାତ୍ରାପାର୍ଟି ଓ ଯାତ୍ରା
କଳାମାରମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି । ସବୁଠାରୁ ଗୁରୁତ୍ୱ ୂର୍ଣ୍ଣ କଥା ହେଲା ଚଳଚ୍ଚିତ୍ର ଜଗତ ଭଳି ଯାତ୍ରା ଜଗତରେ ମଧ୍ୟ
ନାମୀଦାମୀ ଚରିତ୍ର ଅଭିନେତା ଅଭିନେତ୍ରୀ, ଖଳ ଅଭିନେତା, ହାସ୍ୟ ଅଭିନେତା ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନଙ୍କର ନିଖୁଳ
ଅଭିନୟ ପାଇଁ ଆଜି ଯାତ୍ରା ଜଗତ ଲୋକପ୍ରିୟ ହୋଇପାରିଛି ଓ ଏହିମାନଙ୍କ ଅଭିନୟ ଦେଖିବାକୁ ଦର୍ଶକ ପସନ୍ଦ କରିଥାନ୍ତି । ଏହି
ଲୋକପ୍ରିୟ ଯାତ୍ରା କଳାକାରଙ୍କର ଓଡ଼ିଶାରେ ପ୍ରଶଂସକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଜଣେ ଜଣେ କଳାକାରଙ୍କ ପାଇଁ ଗୋଟିଏ ଗୋଟିଏ
ଯାତ୍ରାପାର୍ଟି ଆଜି ସାରା ଓଡ଼ିଶାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ।ରିଛନ୍ତି । ଗୋଟିଏ ଗୋଟିଏ ଯାତ୍ରାର ବିଷୟବସ୍ତୁ ବା କାହାଣୀ ଏତେ
ଉଚ୍ଚକୋଟୀର ହେଉଛି ଯେ, ଗୋଟିଏ ଗୋଟିଏ କାହାଣୀକୁ କ୍ରମାଗତ •ରି ପାଞ୍ଚ ରାତି ପ୍ରଦର୍ଶିତ କରିବାକୁ ପଡୁଛି । ଏସବୁ ସତ୍ତେ୍ୱ
ଏବେ ଅଶ୍ଲିଳତାକୁ ନେଇ ଯାତ୍ରାଜଗତରେ ଏକ ପ୍ରମୁଖ ସମସ୍ୟା ସଷ୍ଟି ହୋଇଛି ଯାହାକୁ ନେଇ ରାଜଧାନୀ ସମେତ ସାରା ଓଡ଼ିଶାର
ଯାତ୍ରାପ୍ରେମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ନିଜ ପାର୍ଟିକୁ ଅଧିକ ଲୋକପ୍ରିୟତା କରିବା ପାଇଁ ବାହାର ରାଜ୍ୟରୁ
ଅଣଓଡ଼ିଆ ଝିଅଙ୍କୁ ଆଣି ଯାତ୍ରା ପାର୍ଟିରେ ସୁଯୋଗ ଦେଉଛନ୍ତି ଓ ଏହି ଅଣଓଡ଼ିଆ ଝିଅମାନେ ସବୁ ସୀମା ସରହଦ ଡ଼େଇଁ ସର୍ବ ସମ୍ମୁଖରେ
ଫୁଙ୍ଗୁଳା ଦେହ ଦେଖାଇ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରିବାକୁ ମଧ୍ୟ ପଛାଉ ନାହିାଁନ୍ତି ଯାହାକୁ ନେଇ ବୁଦ୍ଧିଜୀବୀ ଓ ଯାତ୍ରାପ୍ରେମୀମାନଙ୍କ
ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଯଦିଓ ବହୁ ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ରରେ ଅଶ୍ଲୀତାର ଦୃଶ୍ୟ ରହିଥିଲା ଯାହାକୁ ପରଦାରେ
ସିନେମା ହଲ୍ଗୁଡ଼ିକରେ ଦେଖୁଥିଲେ । କିନ୍ତୁ ଯାତ୍ରାରେ ଅଶ୍ଳୀଳତାର ଦୃଶ୍ୟକୁ ଦର୍ଶକମାନେ ସିଧାସଳଖ ଯାତ୍ରା ପେଣ୍ଡାଲ ଉପରେ
ଦେଖିଥାନ୍ତି ଯାହାର କୁ ୍ରଭାବ ସମାଜ ଉପରେ ପଡୁଛି ଓ ଆଗକୁ ମଧ୍ୟ ପଡ଼ିବ । ବିଶେଷକରି ଯାତ୍ରାରେ ପ୍ରଥମ ପର୍ଯ୍ୟାୟରେ ପ୍ରଦର୍ଶିତ
ହେଉଥିବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ମେଲୋଡ଼ିରେ ଅଶ୍ଲିଳତାର ମାତ୍ରା ତୀବ୍ର ରୂ ଧାରଣ କରିଛି । ବିଭିନ୍ନ ଚଳଚ୍ଚିତ୍ରର ରୋମାଣ୍ଟିକ
ଗୀତରେ ଅଶ୍ଲିଳ ପୋଷାକ ପିନ୍ଧି ଏହି ଯାତ୍ରା କଳାକାରମାନେ ନୃତ୍ୟ ପ୍ରଦର୍ଶିତ କରୁଛନ୍ତି ସେସବୁ ଦୃଶ୍ୟକୁ ପରିବାର ସଦସ୍ୟଙ୍କ ସହିତ
ଦେଖି ହେବନାହିଁ । ଗୋଟିଏ ପଟେ ଯାତ୍ରା କଳାକାରମାନେ ନିଜର ହକ୍ ଓ କଳାକାର ଭତ୍ତା ପାଇଁ ଦାବି କରୁଥିବା ବେଳେ ଯାତ୍ରାରେ
ଅଶ୍ଳିଳତାକୁ ନେଇ ଯେଉଁ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି, ସେଥି ।ଇଁ ଯାତ୍ରା କଳାକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ
କରାଯାଉନଥିବାରୁ ଏଥିରେ ଅଶ୍ଲିଳତାର ଦୃଶ୍ୟ ବଢିବାରେ ଲାଗିଛି ଯାହାକୁ ନେଇ ବୁଦ୍ଧିଜୀବୀ ଓ ଦର୍ଶକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୟା
ପ୍ରକାଶ ପାଉଛି । ଚଳିତବର୍ଷ ଖଣ୍ଡଗିରି ଯାତ୍ରାଋତୁରେ ଜଣେ ଅଣ ଓଡ଼ିଆ ଝିଅ ଯେଉଁଭଳି ଭାବରେ ସର୍ବ ସମ୍ମୁଖରେ ଫୁଙ୍ଗୁଳା ଦେହ
ପ୍ରଦର୍ଶନ କଲେ, ତାହାକୁ ନେଇ ରାଜଧାନୀ ସମେତ ସାରା ଓଡ଼ିଶାରେ ହାଇଚଇ ସୃଷ୍ଟି କରିଥିଲା । ତେଣୁ ବେଳ ଥାଉ ଥାଉ ଏଥି ୍ରତି
ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଯାତ୍ରାଜଗତ ପ୍ରତି ଦର୍ଶକମାନଙ୍କର ଆସ୍ଥା ତୁଟିଯିବ ଲୋକପ୍ରିୟତା ହରାଇ
ବସିବ । ସମୟ ଆସିବ, ଆଉ କୌଣସି ଦର୍ଶକ ଯାତ୍ରା ଦେଖିବାକୁ ପସନ୍ଦ କରିବେ ନାହିଁ, କେବଳ ଏହି ଯାତ୍ରାପାର୍ଟିର କଳାକାରମାନେ
ହିଁ ତାଙ୍କ ଯାତ୍ରାକୁ ଦେଖିବେ । ରାଜଧାନୀରେ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡଗିରି ମେଳା ପ୍ରତି ଦର୍ଶକଙ୍କ ଆଗ୍ରହ ଓ ଉକ୍ରଣ୍ଠା ରହିବ ନାହିଁ
ଓ ଏହି ଯାତ୍ରା ଆସ୍ତେ ଆସ୍ତେ ଲୋପ ପାଇଯିବ ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର
ସୁବାଷ କୁମାର ତାରଣିଆଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ