ଯାତ୍ରା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ମାଁ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ । ପ୍ରତି ୨ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ମାଁଙ୍କ ଅସ୍ଥାୟୀ ମଣ୍ଡପରେ ଜମିବାରେ ଲାଗିଛି ।ବିଶ୍ୱ ପ୍ରସିଦ୍ଧ ଯାତ୍ରା ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ମାଁ ଙ୍କ ଦର୍ଶନ କରିବା ନିମନ୍ତେ ଉସ୍ରାହର ସହ ଆସିଥାନ୍ତି । ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ମାଁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ ଧୋଇହୋଇଯାଏ । । ଆରାଧ୍ୟ ଦେବୀ ମାଁ ବୁଢୀ ଠାକୁରାଣୀ ଦେଶୀ ବେହେରା ସାହି ରେ ମାଁ ଦୀର୍ଘ ୧ ମାସ ଧରି ଅସ୍ଥାୟୀ ମଣ୍ଡପରେ ପୂଜା ପାଇଥାନ୍ତି । କିନ୍ତୁ ଯାତ୍ରାର ଶେଷ ପର୍ଯ୍ୟାୟ ହୋଇଆସୁଥିବାରୁ ମାଁଙ୍କ ଦିନ ଯେତେ କମି କମି ଯାଉଛି ଭକ୍ତଙ୍କ ଦର୍ଶନ ସେହିପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । କାରଣ ମାଁ ଅସ୍ଥାୟୀ ମଣ୍ଡପରୁ ନିଜ ଘରକୁ ଚାଲିଯିବେ ତେଣୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି ମାଁଙ୍କ ଦର୍ଶନ ପାଇଁ । ମାଁ ଏକ ମାସ ଧରି ମାଁ ଦେଶୀବେହେରା ସାହିର ଅସ୍ଥାୟୀ ମଣ୍ଡପରେ ମାଁ ଙ୍କ ପ୍ରତିଦିନ ମାଜଣା ସହ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ମାଁଙ୍କ ପୂଜାର୍ଚ୍ଚନା ପରେ ଭକ୍ତମାନେ ଲମ୍ବା ଧାଡିରେ ଶୃଙ୍ଖଳିତ ଭାବେ ଲମ୍ବାଧାଡିରେ ଛିଡା ହୋଇ ମାଁଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି । ଭକ୍ତ ମାନଙ୍କର ସୁରକ୍ଷା ପାଇଁ ଓ ଜନଗହଳି ଯୋଗୁଁ ଟ୍ରାଫିକ ନିୟମ ପରିଚାଳନା କରିବା ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ କଡାକଡି ବ୍ୟବସ୍ଥା କରାଯାଇଛି । ମାଁ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୋଲିସ ତରଫରୁ ଭଲ ବ୍ୟବସ୍ଥା କରାଯାଇଛି । ଭକ୍ତ ମାଁଙ୍କ ଦର୍ଶନ କରିବା ପାଇଁ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି । ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି ।