ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି ,ଯାତ୍ରା ୨୯ ରୁ ଆରମ୍ଭ

ପ୍ରସିଦ୍ଧ ବ୍ରହ୍ମପୁର ବୁଢୀ ଠାକ୍ୁରାଣୀ ଯାତ୍ରା ୨୦୧୯ ପାଇଁ ଶୁଭଖୁଣ୍ଟି ସ୍ଥାପନ ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହେବାକୁ ଯାଉଛି ।ପ୍ରତି ୨ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ପାଇଁ ଦକ୍ଷିଣ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଙ୍ଗିଆ ଓ ତେଲୁଗୁ ସମ୍ପ୍ରଦାୟ ସମେତ ବହୁ ଜନସାଧାରଣ ଅପେକ୍ଷା କରିରହିଥାନ୍ତି । ମାସାଧିକ କାଳ ଅନୁଷ୍ଠିତ ଥିବା ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ତଥା ଶୁଭଖୁଣ୍ଟି ସ୍ଥାପନ ସୋମବାର ରାତ୍ର ଅନୁଷ୍ଠିତ ହୋଇଅଛି ଯାତ୍ରା ପରିଚାଳକ ତଥା ଠାକୁରାଣୀ ଯାତ୍ରାର ପୁରଧା ପି. ଦୂର୍ଗା ପ୍ରସାଦ ଦେଶୀ ବେହେରା ଙ୍କ ଦେଶୀ ବେହେରା ସାହି ସ୍ଥିତ ବାସଭବନ ସମ୍ମୁଖରେ ସଂନ୍ଧ୍ୟାରେ ଯାତ୍ରା ଶୁଭଖୁଣ୍ଟି ନିତି ନିୟମ ଅନୁଯାୟୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଭିମାକୋଟିଙ୍କ ଉଚ୍ଛ ଅନୁଯାୟୀ ରାତ୍ର ୯.୩୦ଘଣ୍ଟା ଠାରୁ ମଧ୍ୟ ରାତ୍ର ୧.୩୯ ଘଣ୍ଟା ମଧ୍ୟରେ ଶୁଭଖୁଣ୍ଟି ନିମନ୍ତ୍ରଣ ଓ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ । ସେହି ଅ ନୁଯାୟୀ ଦେଶୀ ବେହେରାଙ୍କ ଘର ସମ୍ମୁଖରୁ ବାଜାବାଜଣା ତୁରୀମହୁରୀ ବାଦ୍ୟରେ ଶ୍ରଦ୍ଧାଳୁୁଙ୍କ ଦ୍ୱାରା ଏକ ଶୋଭାଯାତ୍ରା କରାଯାଇ ମାଙ୍କ ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ସ୍ୱତନ୍ତ୍ର ଭାବେ ନିଆଯାଇଥିବା ବାଉଁଶକୁ ଧ୍ୱଜାକୁ ପୁଜା କରାଯାଇ ମାଙ୍କ ଆଞ୍ଚା ମାଳ ନେଇ ପୁନର୍ବାର ଦେଶୀ ବେହେରା ସାହିରେ ଯାତ୍ରା ହେବାକୁ ଥିବା ସ୍ଥାନରେ ପହଞ୍ଚି ଥିଲେ । ଦେଶୀ ବେହେରାଙ୍କ ଘର ସମ୍ମୁଖରେ ଶୁଭ ଖଚଣ୍ଟି ସ୍ତାପନ କରାଯାଇଥିଲା ଏହି ଅବସରରେ ସହରର ବହୁ ବୁ ଦ୍ଧି ଜୀବୀଙ୍କ ସମେତ ମାନ୍ୟଗଣ ବ୍ୟକ୍ତ ଉପସ୍ଥିତ ଥିଲେ । ନିୟମ ଅନୁଯାୟୀ ଶୁଭଖୁଣ୍ଟି ସ୍ତାପନର ୧୦ ରୁ ୧୨ ଦି ମଧ୍ୟରେ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ସମୟରେ ଚଳିତ ବର୍ଷ ଚଳିତ ବର୍ଷ ଯାତ୍ରା ମାର୍ଚ୍ଚ ୨୯ ତାରିଖ ଠାରୁ ଆନୁଷ୍ାଂନ୍ଖଳ ଭାବେ ଆରମ୍ଭ ହେବା ସମ୍ଭାବନା ରହିଛି । ଶୁଭଖୁଣ୍ଟି ସ୍ଥାପନ ପରିଚାଳନା ରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସମେତ ସତ୍ୟନାରାୟଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ