ଯାତ୍ରୀଙ୍କ ଛିଙ୍କକୁ ଦେଖି ବିମାନରୁ ଡେଇଁଲେ ଚାଳକ

ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କରେ। କରୋନାକୁ ନେଇ ସାଧାରଣରେ କେତେ ଭୟାନକ ଅବସ୍ଥା ରହିଛି ତାହା ନ କହିବା ଭଲ। ଜଣେ ପାଇଲଟ୍‌ ବିମାନ ଭିତରେ ଜଣେ ଯାତ୍ରୀଙ୍କ ସାମାନ୍ୟ ଛିଙ୍କକୁ ଡରି ବିମାନରୁ ଡେଇଁପଡିଥିବା ଖବର ବେଶ୍‌ ଚର୍ଚ୍ଚାକୁ ଆସିଛି।
ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିଲେ ଏହାକୁ ଦେଖି ସେହି ବିମାନର ପାଇଲଟ୍ କକପିଟର ଜରୁରୀକାଳୀନ ଫାଟକରୁ ଡେଇଁପଡିଥିଲେ। ଏହି ଘଟଣାଟି ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ ୧୫-୭୩୨ର କାହାଣୀ ଅଟେ। ଶୁକ୍ରବାର ଦିନ ଏହି ବିମାନରେ ଜଣେ ଯାତ୍ରୀ ଛିଙ୍କି ଦେଲେ, ଏହା ପରେ ବିମାନ ଅବତରଣ କରାଗଲା ବିମାନ ଚାଳକ ଜଣକ କକ୍‌ପିଟ୍‌ର ଜରୁରୀକାଳୀନ ଦ୍ବାରା ଦେଇ ଡେଇଁ ପଡିଥିଲେ। ସାଧାରଣତଃ ବିମାନ ବନ୍ଦରରୁ ବାହାରିବା ପାଇଁ ସାମ୍ନା ଗେଟ୍‌କୁ ପାଇଲଟ୍‌ମାନେ ଉପଯୋଗ କରୁଥିବାବେଳେ ଜରୁରୀକାଳୀନ ଅବସ୍ଥାରେ କକ୍‌ପିଟ୍‌ରେ ଥିବା ଜରୁରୀକାଳୀନ ଦ୍ବାରକୁ ବ୍ୟବହାର କରାଯାଇଥାଏ। ବିମାନଚାଳକ ଜଣକ ଏପରି ଡେଇଁ ପଡିବା ପରେ ବିମାନ ଭିତରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବିମାନରେ କରୋନା ସନ୍ଦିଗ୍ଧ ଯାତ୍ରା କରୁଥିବା ସୂଚନା ମିଳିବା ପରେ ବିମାନ ଭିତରେ ବେଶ୍‌ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ବିମାନ ବନ୍ଦରରୁ ବାହାର କରାଯାଇଛି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ହିଁ ଆସିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ