ଯାତ୍ରୀଙ୍କ ଜୀବନ ରକ୍ଷା କଲେ କରୋନା ଯୋଦ୍ଧା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଏକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି କରୋନା ଯୋଦ୍ଧା। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତର ସିଙ୍ଗାରିମାହା ଗ୍ରାମର ଲଣ୍ଡା ନାୟକ ଓ ଅନ୍ୟଜଣେ ନିଜ ଗ୍ରାମରୁ ରାଇକିଆ ଅଭିମୁଖେ ଏକ ବାଇକରେ ଯାଉଥିବାବେଳେ ଉକ୍ତ ଘାଟିରେ ଦୁର୍ଘଟଣା ଘଟିଥିଲା। ଏଥିରେ ବାଇକ ଚାଳକ ଲଣ୍ଡା ନାୟକ ଗୁରୁତର ହୋଇ ପଡ଼ିଥିବାବେଳେ ଅନ୍ୟଜଣେ ଆହତ ହୋଇଥିଲେ। ସେଠାରେ ସେମାନେ ଦୀର୍ଘ ସମୟ ପଡ଼ିରହିଥିଲେ ମଧ୍ୟ କୌଣସି ସହଯୋଗ ପାଇନଥିଲେ। ତେବେ ଏହି ସମୟରେ ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଅରୋଗ୍ୟ ଟିମ୍ ଡା.ପବିତ୍ର ମୋହନ ବିଶ୍ୱାଳଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଇନ୍ଦ୍ରଗଡ଼ ଫେରିବା ବେଳେ ଶ୍ରୀ ବିଶ୍ୱାଳଙ୍କ ସମେତ ଫାର୍ମାସିଷ୍ଟ ରୁପେଶ କୁମାର ସାହୁ, ଏଏନଏମ ନିମିନା ପ୍ରଧାନ ପ୍ରମୁଖ ଯୁବକଙ୍କୁ ଉଦ୍ଧାର କରି ନିଜ ଆରୋଗ୍ୟ ଗାଡ଼ିରେ ଆଣି ଇନ୍ଦ୍ରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଅଧିକ ଚିକିତ୍ସା ପାଇଁ ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ