ଯାତ୍ରୀବାହୀ ଅଟୋ ଓଲଟି ଜଣେ ମୃତ, ୫ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପୁରୁଷୋତମପୁର ଥାନା ଝାଡ଼ବାଇ ଗ୍ରାମ ନିକଟରେ ଯାତ୍ରୀବାହୀ ଅଟୋ (ଓଆର୦୭ଏଏ ୧୩୦୫) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ପରେ ପରିବାରର ଅନ୍ୟ ୫ ଜଣ ଆହତ ହୋଇଥିଲେ । ମୃତକ ଜଣକ କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମର ବି. ଜଗନ୍ନାଥ ପାତ୍ର (୨୨) । ପ୍ରକାଶ ଯେ, କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମର ବି. ଲକ୍ଷ୍ମଣ ପାତ୍ରଙ୍କ ସପରିବାର କୌଣସି କାମରେ ଅଟୋ ଯୋଗେ ପୁରୁଷୋତମପୁର ଅଭିମୂଖେ ଯାଉଥିବା ବେଳେ ଝାଡ଼ବାଇ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ସୋମବାର ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ନଂ-୬୧/୨୦ରେ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଘଟଣଶ ସ୍ଥଳରୁ ଅଟୋକୁ ଜବତ କରି ଘଟଣଶର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି ମୃତ ଜଗନ୍ନାଥ ହିଂଜିଳିକାଟୁ ବ୍ଳକ ଭାବନ୍ଦ ଚିଦାନନ୍ଦ ହିଲ୍ ସ୍ଥିତ ଗାନ୍ଧୀ ସ୍କୁଲ ଅଫ୍ ଇଂଜିନିୟରିଂର ଇଲେକ୍‌ଟ୍ରିକାଲ ବିଭାଗର ୨ୟ ବର୍ଷର ଛାତ୍ର ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ