ଯାତ୍ରୀବାହୀ ଅଟୋ ଓଲଟି ୩ ଆହତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ବୁଧବାର ଅପରାହ୍ନରେ ହିଞ୍ଜିଳି ଥାନା ଚଷା ପିତଳ ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଂଜିଳିକାଟୁ ପୌରାଞ୍ଚଳ ପଦ୍ମାବତି ନଗରର ହରି ନାରାୟଣ ପାଣିଗ୍ରାହୀ, ସୁଜନ ପାଣିଗ୍ରାହୀ ଓ ହିଞ୍ଜିଳି ଥାନା ପୋଡ଼ିଙ୍ଗି ଗ୍ରାମର ଭଗବାନ ନାୟକ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହରି ଓ ଭଗବାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ପ୍ରକାଶ ଥାଉକି କୋଦଳା ଠାରୁ ପୋଡ଼ିଙ୍ଗି ଅଭିମୁଖେ ଯାତ୍ରୀବାହୀ ଅଟୋଟି ଯାଉଥିବା ବେଳେ ପିତଳ ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଥିଲା ।