ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିଲା, ୬ ଗୁରୁତର
ଛତ୍ରପୁର :୧୬ ନମ୍ବର ଜାତୀୟ ରାଜପଥ ରମ୍ଭା ଠାରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିଛି । ଫଳରେ ଚାଳକ ସମେତ ମାଲୁଦ ଅଞ୍ଚଳର ଜୟ ନାୟକ, ମୀନା ନାୟକ, ସଂଗ୍ରାମ ବେହେରା, ସୁମି ବେହେରା ପ୍ରମୁଖ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଆହାତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମିଳିଥିବା ସୂଚନାଅନୁସାରେ, ଶାଳିଆଡ୍ୟାମ୍ ନିକଟ କୁଆଁରପାଳ ଗ୍ରାମକୁ ଝିଅକୁ ଛାଡିବାକୁ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ମାଲୁଦ ଅଞ୍ଚଳରରୁ ଏକ ପରିବାର ଯାତ୍ରୀବାହୀ ଅଟୋରେ ଯାଇଥିଲେ । ଝିଅକୁ ଛାଡି ସେଠାରୁ ଫେରୁଥିବା ବେଳେ କେଶପୁର ଛକ ଠାରେ ଅଟୋ ଚାଳକ ତାଙ୍କରି ପରିଚିତ ସୁମି ବେହେରା ନାମକ ଜଣେ ଯୁବତୀଙ୍କୁ ଅଟୋରେ ବସାଇଥିଲେ । ଏହାପରେ ରମ୍ଭା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଅଟୋଟି ଭାରସାମ୍ୟ ହରାଇ ପାଲଟିଯାଇଥିଲା ।