ଯାତ୍ରୀବାହୀ ବସ୍ ଧକ୍କାରେ ସାଇକେଲ ଆରୋହୀ ମୃତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଛକ ନିକଟରେ ତଥା ୫୯ ନଂ ଜାତୀ ୟ ରାଜପଥ ରେ ଘରୋଇ ଯାତ୍ରୀବାହୀ ବସ୍ (ଓଆର୦୭ ଏମ ୮୨୬୭) ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଖଣ୍ଡରା ଗ୍ରାମର ରବିନ୍ଦ୍ର ସ୍ୱାଇଁ (୫୦) ବୋଲି ଜଣାପଡିଛି । ଏ ନେଇ ହିଂଜିଳି ଥାନାରେ କେସ୍ ନଂ- ୧୦୮/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ବସ ଓ ଶବକୁ ଜବତ କରିଛି । ଗୁରୁବାର ଦିନ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ୭ ଟାରେ ହିଂଜିଳି ଥାନା ଖଣ୍ଡରା ଗ୍ରାମର ରବିନ୍ଦ୍ର, ହିଂଜିଳିକାଟୁରୂ ବଜାର ସଉଦା କିଣିସାରି ସାଇକେଲ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ପୁରୁଷୋତମପୁର ଅଂଚଳରୁ ହିଂଜିଳି ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଖଣ୍ଡରା ଛକ ନିକଟରେ ସାଇକେଲକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛି । ଦୂର୍ଘଟଣା ପରେ ବସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ