ଯାତ୍ରୀବାହୀ ବସ ଧକ୍କାରେ ପ୍ରଧାନଶିକ୍ଷକ ମୃତ୍ୟୁ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ  କୈଠଖଣ୍ଡିି ପଞ୍ଚାୟତ ମଧୁବନ ଗ୍ରାମ ପ୍ରାଥମିକ ସ୍କୁଲ କୁ ଯାଉଥିବା ବେଳେ ପ୍ରଧାନଶିକ୍ଷକ ଙ୍କୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବାରୁ ସେ ଘଟଣାସ୍ଥଳ ରେ ମୃତ୍ୟୁବରଣ କରିଛନ୍ତି।ମୃତ୍ୟୁବରଣ କରିଥିବା ପ୍ରଧାନଶିକ୍ଷକ ଜଣକ ହେଲେ ନୂଆଗଡ ଗ୍ରାମର କୁରେଶୁ ପାତ୍ର (୪୦)। ବୁଧବାର ସକାଳ ପ୍ରାୟ ୭ ଟାରେ  କୈଠଖଣ୍ଡିି  – ତଲାସିଙ୍ଗି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଦିଗପହଣ୍ଡି ରେ ରହୁଥିବା କୁରେଶୁ ପ୍ରତିଦିନ ଭଳି ବିଦ୍ୟାଳୟ  ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସକାଶେ ପନିପରିବା,ଅଣ୍ଡା ସାଙ୍ଗରେ ନେଇ ବିଦ୍ୟାଳୟ ଅଭିମୁଖେ ତାଙ୍କ ବାଇକ ନଂ. (ଓଡ଼ି ୦୭ ସି -୯୨୩୦) ଯୋଗେ ଯାଉଥିବା ବେଳେ  ଖମାରିଗାଁ ଶଙ୍କରଖାଳି ଛକରୁ ବ୍ରହ୍ମପୁର ଅଭିମୁଖେ ଦୃତଗତି ରେ ଯାଉଥିବା ନିଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା।ସେ ରାସ୍ତା ଉପରେ ଛିଟକି ପଡ଼ିଥିଲେ।ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଦିଗପହଣ୍ଡି ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବସ ଓ କୁରେଶୁ ଙ୍କ ବାଇକ କୁ ଜବତ କରିଛି। ବସ ଚାଳକ ଫେରାର ଥିବା ଜଣାପଡିଛି। ଖବର ଜଣାପଡିବା ପରେ କୈଠଖଣ୍ଡିି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼,ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ, ଏବିଓ ବାଳା ମାଝୀ,ବିଶ୍ରାବା ପାଇକ,ରସାନନ୍ଦ ଘଡେଇ, ଏନ ପି ଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ