ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ନିଃଶୁଳ୍କ ଟେଲିଫୋନ୍ ସେବା
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଯାତ୍ରୀମାନଙ୍କୁ ବସ୍ ଯାତ୍ରା ସମ୍ପର୍କରେ ସୂଚନା ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ୨୪ ଘଣ୍ଟିଆ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିଗମ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ପରିବହନ ଭବନରେ ଓଏସଆରଟିସି ମୁଖ୍ୟାଳୟରେ ଏହି ଟେଲିଫୋନ ବ୍ୟବସ୍ଥା କାର୍ଯ୍ୟକରିବ । ଯାତ୍ରୀମାନଙ୍କ ପାଇଁ ଓଏସଆରଟିସି ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ଟେଲିଫୋନ ନମ୍ବର ହେଲା ୧୮୦୦-୩୪୫-୧୧୨୨ । ଏହି ନମ୍ବରଟି ପ୍ରତ୍ୟେକ ଦିନ ଦିବାରାତ୍ର କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି ‘ ଆଧାରରେ ଯାତ୍ରୀମାନଙ୍କୁ ଅଧିକରୁ ଅଧିକ ଉନ୍ନତମାନର ସେବା ଯୋଗାଇବା ଲକ୍ଷ୍ୟରେ ଏହି ନିଃଶୁଳ୍କ ଟେଲିଫୋନ ସେବା ଉପଲବ୍ଧ କରିବାକୁ ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରେସ ଇସ୍ତାହାରରେ ଜଣାଇଦିଆଯାଇଛି ।


