ଯାଦବ ସମାଜ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଧନା

କଳ।ହାଣ୍ଡି (ଯୁଗାଦ୍ଦ ନ୍ୟୁଜ) କଳ।ହାଣ୍ଡି ଜିଲ୍ଲା କୋକସରା ଧାନମଣ୍ଡି ଠାରେ ନବ ନିର୍ବାଚିତ ଧର୍ମଗଡ ବିଧାୟକ ମୈାଷଧି ବାଗ ଙ୍କୁ ଉପଖଣ୍ଡ ଯାଦବ ସମାଜ ପକ୍ଷରୁ ସ୍ବାଗତ ଓ ସମ୍ବଦ୍ଧନା ଦିଆଯାଇଛି। ଚିଲିଗୁଡା ମାଁ ସର୍ବମଙ୍ଗଳା ମନ୍ଦିରରୁ ଦର୍ଶନ ସାରି ଏକ ବିରାଟ ପଟୁଆର ରେ ବିଧାୟକ ଙ୍କୁ ଯାଦବ ସମାଜ କର୍ମକର୍ତା ମାନେ ପାଛୋଟି ଆଣିଥିଲେ। ପରେ ଶ୍ରୀକୃଷ୍ଣ ଙ୍କ ପୁଜାପାଠ ପରେ ସଭାକାର୍ଯ୍ୟ କୁ କୋକସରା ବ୍ଳକ ଯାଦବ ସଂପାଦକ ଅଲେଖ ଗୋପାଳ ଆଗେଇ ନେଇଥିଲେ। ଏହି ଅବସରରେ ଯାଦବ ସମାଜ ରୁ ପ୍ରତିନିଧିତ୍ବ କରି ସମାଜର ଗୈାରବ ବଢାଇଥିବା ତଥା ଯାଦବ ସମାଜ ଏକ ଶୃଙ୍ଖଳିତ ସମାଜ ଏଣୁ ଆଗାମି ଦିନରେ ସମାଜ ଉନ୍ନିତି ଦିଗରେ ବିଧାୟକ ଙ୍କ ସହଯୋଗ କାମନ କରିଥିଲେ। ଯାଦବ ସମାଜ ର ବରିଷ୍ଠ ଓ ଜନ ପ୍ରତିନିଧି କର୍ମକର୍ତା ମାନଙ୍କୁ ଏହି ଅବସରରେ ସମ୍ବଦ୍ଧନା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ