ଯାନ୍ତ୍ରିକ ତୃଟିରୁ ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ: ରୋଗୀ ହଟହଟା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପୁଣି ଥରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଧା ବାଟରେ ଅଟକିଛି ୧୦୮ ଆମ୍ବୁଲାନ୍ସ। ଫଳରେ ପ୍ରାୟ ସାଢେ ୧ ଘଣ୍ଟା ଧରି ରୋଗୀ ଓ ସମ୍ପର୍କୀୟ ମାନେ ହଟହଟା ହେବାକୁ ପଡିଛି। ନିରୁପାୟ ହୋଇ ଏକ ଯାତ୍ରୀବାହୀ ଅଟୋ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବଡଗଡ ଥାନା ଗୌଡଗୋଠ ଗ୍ରାମର ଜଣେ ୭୦ ବର୍ଷୀୟା ମହିଳା ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଗୌଡଗୋଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।‌ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁତର ମହିଳା ଜଣଙ୍କ ଗୌଡଗୋଠ ଅଞ୍ଚଳର ଏକ ୧୦୮ ଆମ୍ବୁଲାନ୍ସ (ଓଡି୦୨ ସିପି ୦୧୮୧) ଯୋଗେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ଆସିବା ସମୟରେ ହିଞ୍ଜିଳିକାଟୁ ଠାରେ ସଂପୃକ୍ତ ୧୦୮ ଆମ୍ବୁଲାନ୍ସଟି ଯାନ୍ତ୍ରିକ ତୃଟି ଯୋଗୁଁ ଅଟକି ରହିଥିଲା। ରୋଗୀ ସମ୍ପର୍କୀୟ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ସକାଶେ ଯୋଗାଯୋଗ କରିଥିଲେ ମଧ୍ୟ ଦୀର୍ଘ ସାଢେ ୧ ଘଣ୍ଟା ଧରି ଆମ୍ବୁଲାନ୍ସ ମିଳିପାରିନଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ରୋଗୀ ସମ୍ପର୍କୀୟ ଏକ ଯାତ୍ରୀବାହୀ ଅଟୋ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ଅଗଷ୍ଟ ୨୩ ତାରିଖରେ ବୁଗୁଡ଼ା ଅଞ୍ଚଳର ଏକ ୧୦୮ ଆମ୍ବୁଲାନ୍ସ ହିଞ୍ଜିଳିକାଟୁ ନିକଟରେ ଯାନ୍ତ୍ରିକ ତୃଟି ଯୋଗୁଁ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଥିଲା। ବହୁ ସମୟରେ ଯାନ୍ତ୍ରିକ ତୃଟି ଯୋଗୁଁ ୧୦୮ ଆମ୍ବୁଲାନ୍ସ ଗୁଡିକ ଅଧା ବାଟରେ ଅଟକି ରହି ବହୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି।
ପ୍ରକାଶ ଥାଉକି, ୧୦୮ ଆମ୍ବୁଲାନ୍ସ ଓଡିଶା ଦାୟିତ୍ବରେ ଥିବା ଜିଭିକେ ଏମ୍ରି ଗ୍ରୀନ୍ ) କମ୍ପାନୀ ପକ୍ଷରୁ ଶ୍ରମ ଆଇନର ସମ୍ପୁର୍ଣ୍ଣ ଉଲଂଘନ କରାଯାଇ ଆମ୍ବୁଲାନ୍ସ ଚାଳକ, ସହାୟକ ଓ ଫାର୍ମାସିଷ୍ଟ ମାନଙ୍କୁ ୨୪ ଘଣ୍ଟିଆ ଡ୍ୟୁଟି ଦିଆଯାଉଛି । ଗୋଟିଏ ଦିନ ଡ୍ୟୁଟି ପରେ ଆଉ ଗୋଟିଏ ଦିନ ପାଇଁ ଛୁଟି ଦିଆଯାଉଛି । ଯାହା ଫଳରେ ରାତ୍ର ଅନିଦ୍ରା ରହୁଥିବାରୁ ବହୁ ସମୟରେ ଏଭଳି ଛୋଟ ବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ରୋଗୀଙ୍କୁ କିମ୍ବା ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଗତ ୨୦୧୩ ମସିହା ମେ ମାସରେ ଓଡିଶା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା । ବହୁ ସମୟରେ ସଂପୃକ୍ତ ୧୦୮ ଆମ୍ବୁଲାନ୍ସ ଗୁଡ଼ିକର ଯାନ୍ତ୍ରିକ ତ୍ରୁଟି ରହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଯୋଗୁଁ ବହୁ ସମୟରେ ଦୂର୍ଘଟଣା ଘଟୁଛି ବୋଲି ୧୦୮ ଆମ୍ବୁଲାନ୍ସର କିଛି କର୍ମଚାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ