ଯାମଦା ଥାନା ଅଧିକାର ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ କରିଥିଲେ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ଘଟୁଥିବାରୁ ଥାନା ଅଧିକାରୀ cc ଚାଳକଙ୍କ ନିକଟରେ ରହୁଥିବା ଅସାବଧାନ ଗୁଡିକ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରିଥିଲେ । ଜଣେ ମଟର ସାଇକେଲ ଚାଳକଙ୍କ ନିକରେ ଆବଶ୍ୟକ ହେଉଥିବା ସର୍ବ ନିମ୍ନ ଯୋଗ୍ୟତା ଗୁଡିକ ମଧ୍ୟରୁ ରାସ୍ତାରେ ରେଜିଷ୍ଟ୍ରେସନ ଗାଡି ଗଡିବା ସହିତ ଲାଇସେନ୍ସ ପ୍ରାପ୍ତ ଚାଳକ ହୋଇଥିବ, ହେଲମେଣ୍ଟ ଓ ମାକ୍ସ ପିନ୍ଧି ଥିବ, ଟ୍ରାଫିକ୍ ନିୟମକୁ ମାନି ଗାଡି ଚଳାଉ ଥିବ, ନିଶା ସେବନ କରି ନଥିବ, ବେପରୁଆ ଭାବେ ତିନି ଜଣଙ୍କୁ ବସାଇ ଗାଡି ଚଳାଇବା ଏବଂ ଚାରି ଚକିଆ ଯାନ ଚଳାଇଲା ବେଳେ ମାକ୍ସ ଓ ସିଟ୍ ବେଲ୍ଟ ବିନା ରାଜ ପଥରେ ମଟର ଯାନ ଚଳାଇଲେ ଜଣେ ଟ୍ରାଫିକ୍ ନିୟମ ଉଲଙ୍ଘନ ଦଣ୍ଡରେ ଦଣ୍ଡିତ ହେବ ବୋଲି ମଟର ଯାନ ଚାଳକଙ୍କୁ ଯାମଦା ଥାନା ଅଧିକାରୀ ଯାମଦା ଥାନାର ସମସ୍ତ ଅଧିକାରୀଙ୍କୁ ନେଇ ନିୟମାବଳି ଲେଖାଥିବା ବେନର, ପ୍ଲାକାର୍ଡ ଧରି ଥାନା କାର୍ଯ୍ୟାଳୟ ପରିଷରରୁ ସୁନାରାମ ଛକ ଯାଏଁ ରାସ୍ତା ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲେ । ଥାନା ଅଧିକାରୀ ଜଣକ ସଡକ ଦୁର୍ଘଟଣାକୁ ରକିବା ପାଇଁ ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚାଳକଙ୍କୁ ଗୋଲାପ ଫୁଲ, ବିସ୍କୁଟ ଓ ମାକ୍ସ ପ୍ରଦାନ କରି ଦିଗ ଦର୍ଶନ କରିଥିଲେ । ଏହି ସାପ୍ତାହିକ ସଡକ ସୁରକ୍ଷା ପଦ ଯାତ୍ରାରେ ଯାମଦା ରାମେଶ୍ବର କ୍ଲବର ଯୁବକ ମାନେ ବାବୁଲା ଦାସଙ୍କ ନେତୃତ୍ବରେ ସହଯୋଗ କରି ପଦଯାତ୍ରାକୁ ସଫଳ କରିବାରେ ସହାୟତା କରିଥିଲେ ।