ଯାଯାବର ଶ୍ରେଣୀର ପ୍ରବାସୀ ଓଡିଆ ପରିବାର ଶିଶୁଙ୍କୁ ସହାୟତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ପାରଳାଖେମୁଣ୍ଡି ସହରକୁ ବିଭିନ୍ନ ସ୍ଥାନରେ ବାହାରୁ ଫେରିଥିବା ଯାଯାବର ଶ୍ରେଣୀର ଓଡିଆ ପରିବାର ଶିଶୁ ମାନଙ୍କୁ ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯିବା ସହ ସଚେତନ କରାଯାଇଛି । ଏହି ପ୍ରବାସୀ ଓଡିଆ ମାନେ ଯାଯାବର ଶ୍ରେଣୀର ଏମାନେ ଏଣେତେଣେ ବୁଲି କାର୍ଯ୍ୟ କରନ୍ତି । କୌଣସି ଖୋଲା ସ୍ଥାନ, ସ୍କୁଲ ବାରଣ୍ଡା ଆଦି ସ୍ଥାନରେ ଜାଗା ପାଇଲେ ରାତ୍ରିଜାପନ କରିଥାନ୍ତି । ଏମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରିଥିଲେ ମଧ୍ୟ ଲକ୍‌ଡାଉନ୍ ଯୋଗୁଁ ଏମାନଙ୍କର କୌଣସି ନିର୍ଦ୍ଧିଷ୍ଟ ଠିକଣା ମଧ୍ୟ ନାହିଁ । ଏହିଭଳି ପରିବାରଙ୍କୁ ସହଯୋଗର ହାତ ବଢାଇଛି ଜିଲ୍ଲା ଶିଶୁ କଲ୍ୟାଣ ସମିତି । ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀପେଣ୍ଠ ଠାରେ ଗୋଟିଏ ପରିବାରର ୬ ରୁ ୭ଜଣ ଶିଶୁ ଏବଂ ରାମନଗର ବସ୍ତି ଅଞ୍ଚଳରେ ରହୁଥିବା ଦୁଇଟି ପରିବାରର ୬ରୁ ୭ଟି ଶିଶୁଙ୍କୁ ସମିତି ପକ୍ଷରୁ ସହଯୋଗ କରାଯାଇଛି । ମୁଖ୍ୟତଃ ଏହି ଶିଶୁମାନଙ୍କୁ ବର୍ତ୍ତମାନ କରୋନା ଚାଲୁଥିବାରୁ କିପରି ବାରମ୍ବାର ହାତ ଧୋଇବେ, ମାସ୍କ ପରିଧାନ କରିବେ, ସାନିଟାଇଜର ବ୍ୟବହାର କରିବେ ସେ ଉପରେ ସଚେତନ କରାଯାଇ ସେମାନଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି । ସେହିପରି ଚୁଡା, ବିସ୍କୁଟ ଇତ୍ୟାଦି ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ହିରଣ୍ୟ ରାୟ, ଅଳକା ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାଇଲ୍ଡ ଲାଇନ ପକ୍ଷରୁ ସହଯୋଗ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ