ଯୁକ୍ତଦୁଇ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅଗଷ୍ଟ ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଳା ବିଭାଗ ଓ ବିଜ୍ଞାନ ବିଭାଗ ପକ୍ଷରୁ ନିଜ ବିଭାଗ ପକ୍ଷରୁ ନିଜସ୍ୱ ଉତ୍ସବ ଅନୁଷ୍ଠିତ କରିଥିଲେ। ଉଭୟ ବିଭାଗର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥ ରକ୍ଷକ ଦାୟିତ୍ୱରେ ରହିଥିବା ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। କଳା ବିଭାଗର ପ୍ରବେଶ ଉତ୍ସବରେ ଅଧ୍ୟାପିକା ଓ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ପି.କେ.ଦାଶ, ଲେଫନାଣ୍ଟ ଅଜୟ କୁମାର ସାହୁ, ଦିଲ୍ଲୀପ କୁମାର ସେଠୀ, ଡକ୍ଟର ଏଚ.ଏସ. ରଥ, ରଶ୍ମିତା ପଟ୍ଟନାୟକ, ଓ ଏମ.ଏସ.ଦୋରା ଏବଂ ବିଜ୍ଞାନ ବିଭାଗର ଉତ୍ସବରେ ଅଧ୍ୟାପିକା ଓ ଅଧ୍ୟାପକ ଏମ.କେ.ଦାଶ, ଡକ୍ଟର ଜୟରାମ ବିଷୋୟୀ, କେ.କେ.ବର୍ଗୀ, ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଆତ୍ମପ୍ରକାଶ ନାୟକ, ଓ କେ.ଆର.ପାତ୍ର ଯୋଗଦେଇଥିଲେ। ଏହି ପ୍ରବେଶ ଉତ୍ସବରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ସହ ପରିଚିତ ହୋଇଥିଲେ। ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଶିକ୍ଷାନୁଷ୍ଠାନର ନିୟମ ସମ୍ପର୍କରେ କହିଥିଲେ। ଏଥିସହ କଲେଜ ପରିସରକୁ ସଫା ରଖିବା ସହ ନିୟମିତ ଶ୍ରେଣୀରେ ଉପସ୍ଥିତ ରହି ଶିକ୍ଷାଦାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ