ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷା ଅନଲାଇନ ମାଧ୍ୟମରେ କରିବା ସମେତ ବିଭିନ୍ନ ଦାବି ନେଇ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା

ଛତ୍ରପୁର, (ଦେବଦତ୍ତ ମହାରଣା) : ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ପାଇଁ ଛତ୍ରପୁର ସରକାରୀ ବିଜ୍ଞାନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶୁକୃବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଏହା ସହ ମହାବିଦ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ତା କରିବା ନିମନ୍ତେ ମଧ୍ୟ ସେମାନେ ଦାବି କରିଛନ୍ତି l କୋରନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ପିଲାମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଥିଲେ l ଏଣୁ ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ପାଇଁ ସେମାନେ ଦାବି କରିଛନ୍ତି l ଏହି ଆନ୍ଦୋଳନରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ନେତା ଚକ୍ରପାଣି ପଲାଇ, ସଞ୍ଜନା ଶତପଥୀ, ସିଦ୍ଧାର୍ଥ ସାହୁ, ଜ୍ୟୋତି ବେହେରା, ନାରାୟଣ ସାହୁ, ସନ୍ତୋଷୀ ସେଠି, ଦିନେଶ ପ୍ରଧାନ ଓ ଆର. ଚନ୍ଦ୍ର ଶେଖରଙ୍କ ସମେତ ବହୁ ଛାତ୍ର ଛାତ୍ରୀ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ