ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତର ନରସିଂହପଲ୍ଲୀ ଗ୍ରାମର ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ଓ ବିଜ୍ଞାନ +୨ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିସହ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଠଚକ୍ର କାର୍ଯ୍ୟକ୍ରମ ୩୧ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ଶିକ୍ଷାନୁଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରିନ୍ସପାଲ ଇନ୍ଦ୍ରଜିତ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶଶିକଳା ପାଢ଼ୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ପାଢ଼ୀ, ତାଙ୍କ ସହଧର୍ମିଣୀ ରାଜେଶ୍ବରୀ ପଣ୍ଡା ଯୋଗଦେଇ +୨ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ଜୀବନରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାସହିତ +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପାଠଚକ୍ର ବିଷୟ ନେଇ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗିରିଜା ପ୍ରସାଦ ମିଶ୍ର, ଅଧ୍ୟାପକ ଆକାଶ କୁମାର ସାହୁ, ଶିବପ୍ରସାଦ ମିଶ୍ର, ଅଧ୍ୟାପିକା ପୁଜା ସାହୁ, ଆରତୀ ପ୍ରଧାନ, ସରିତା କୁମାରୀ ସାହୁ, ସନ୍ଧ୍ୟା ରାଣୀ ମାଝୀ, ଶୁଭଶ୍ରୀ ଶତପଥୀ, ରୁପଶ୍ରୀ ପଟ୍ଟନାୟକ, ସୁନେଲିକା ସାହୁ, ଟିକିନା ପାତ୍ର ପ୍ରଭୃତି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ