ଯୁକ୍ତ ଦୁଇ ପରୀକ୍ଷାରେ ନୂତନ ସଂସ୍କାର ଆସିବାର ସମ୍ଭାବନା !

ମ୍ୟାଟ୍ରିକ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ପରେ +୨ ରେ ନାମ ଲେଖାଇଥାନ୍ତି ବିଦ୍ୟାର୍ଥୀ । ବିଦ୍ୟାର୍ଥୀ ମାନେ ଯୁକ୍ତ ୨ ବର୍ଷଟିକୁ ପୁରାପୁରି ଭାବେ ହାଲକା ଭାବେ ନେଇଥାଆନ୍ତି । ପାଠ ପଢା ଛାଡି ଅଧିକାଂଶ ସାଙ୍ଗ, ସାଥି ମେଳରେ ଦିନ କଟାଇଥାନ୍ତି । କଲେଜରେ ନାମ ଲେଖାଇବା ପରେ କଲେଜକୁ ଭଲ ଭାବରେ ଆସନ୍ତି ନାହିଁ କି ଭଲ ଭାବରେ ପାଠ ପଢୁନଥିବାର ନଜିର ରହିଛି । ପିଲା ମାନଙ୍କ ଭବିଷ୍ୟତକୁ ଆଖି ଦୃଷ୍ଟିରେ ରଖି ଗଣ ଶିକ୍ଷା ବିଭାଗ ତରଫରୁ ନୂତନ ସଂସ୍କାର ଆଣିବାକୁ ଯାଊଛନ୍ତି । ଯୁକ୍ତ ୨ ଦ୍ୱିତୀୟ ବର୍ଷ ପରୀକ୍ଷାକୁ ଯେଉଁ ଭଳି ଭାବେ କଡା କଡି ଭାବେ ପାଳନ କରାଯାଉଛି ସେହିଭଳି ଯୁକ୍ତ ୨ ପ୍ରଥମ ବର୍ଷକୁ ମଧ୍ୟ ସାମାନ୍ୟ କଡାକଡି କରାଯିବ । ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେଲେ ଦ୍ୱିତୀୟ ବର୍ଷରେ ପାଠ ପଢିପାରିବେ ନାହିଁ ବିଦ୍ୟାର୍ଥୀ । ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇପାରିବେ ନଚେତ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇପାରିବେ ନାହିଁ । ଏହାକୁ କଡା କଡି ଭାବେ ପାଳନ କରାଯିବ । ବିଭାଗ ପକ୍ଷରୁ ସମସ୍ତ କଲେଜ ଗୁଡିକୁ ନିର୍ଦେଶନାମା ଜାରି କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ