ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଂଟା ଲଗାଇବା ପାଇଁ ଦାବି

ଛତ୍ରପୁର : ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହକୁ ହାତଘଂଟା ନିଷେଧ କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଂଟା ଲଗାଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରୀକ୍ଷାର୍ଥୀଙ୍କ ଅଭିଭାବକ ଏଥିନିମନ୍ତେ ଚିନ୍ତା ପ୍ରକଟ କରିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ କାନ୍ଥଦ୍ଭଂଟା ଟାଙ୍ଗିବା ପାଇଁ ନିବେଦନ କରିଛନ୍ତି । ବହୁ ଅଭିଭାବକ ମହାବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅନୁରୋଧ କରିବା ସତ୍ୱେ ଏନେଇ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୈାଭାଗ୍ୟ କୁମାର ସାହୁ ଏହାକୁ ଅଗ୍ରାହ୍ୟ କରିବା ସହ ଦୁର୍ବବହାର କରିଥିବା ଅଭିଭାବକ ଏବଂ ପୂରତାନ ଛାତ୍ର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକୁ ଗ୍ରହଣ କରି ପରୀକ୍ଷା କେନ୍ଦ୍ରରେ କାନ୍ଥ ଘଂଟା ଲଗାଇବା ପାଇଁ ଅନୁରୋଧ କରାଯାଇଛି । ପ୍ରକାଶ ଥାଉକି ପରୀକ୍ଷା କେନ୍ଦ୍ରରେ ବାଜୁଥିବା ବେଲ୍ ସପ୍ତମ ଶ୍ରେଣୀ କକ୍ଷର ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ଶୁଭାଯାଉନଥିବା ପରୀକ୍ଷାର୍ଥୀମାନେ ଅଭିଭାବକଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି । ତେଣୁ ପରୀକ୍ଷାର୍ଥୀଙ୍କ ହିତ ଉଦ୍ଦେଶ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକ ଏବଂ ପୂରତାନ ଛାତ୍ର ମାନେ ଏକ ଦାବିପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଆସିଷ୍ଟାଣ୍ଡ ସବ୍କଲେକ୍ଟର ସଚ୍ଚିଦାନନ୍ଦ ନାୟକଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଜଲାଲ୍ ଖାନ୍ ଓ ସୁବୋଧ ସୁମନ ସ୍ୱାଇଁ, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇକ୍ସୁଆମିନ୍ ଖାନ୍ଙ୍କ ସମେତ ବହୁ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ