ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତଂ ସମାରୋହ ପାଳନ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନା ରେ ନୂତନପ୍ରଥମ ବର୍ଷ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କୁ ଦୂତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଗାନ କରି ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ର ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ସିମାଞ୍ଚଳ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ଭଗବାନ ବିଷୋୟୀ ବିଭିନ୍ନ ଉପଦେଶ ଦେଇଥିଲେ I ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ଙ୍କ ମଧ୍ୟରେ ଶ୍ରୀ ଅନିଲ କୁମାର ତ୍ରିପାଠୀ, ଶ୍ରୀ ଅଜୟ ସାହୁ, ଶ୍ରୀ କାମାକ୍ଷା ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ଦ୍ଵିତୀୟ ଓ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଶିକ୍ଷଣୀୟ ଉପଦେଶ ମାନ ଦେଇଥିଲେ I ସାଂସ୍କୃତିକ ଅଧିକାରୀ ଶ୍ରୀ ଏସ. ରମେଶ ଙ୍କ ସହ ଶ୍ରୀ ଗୋପାଳ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ