ଯୁକ୍ତ ୨ ବିଜ୍ଞାନରେ ପରମାନନ୍ଦ କଲେଜର ସଫଳତା
ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍): ସୋମବାର ଉଚ୍ଚମାଧ୍ୟମିକ ପରିଷଦର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରମାନନ୍ଦ କଲେଜର ଯୁକ୍ତ୨ ବିଜ୍ଞାନରେ ପରୀକ୍ଷା ଦେଇଥିବା ୪୯ଜଣଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯ ଓ ତୃତୀୟ ଶ୍ରେଣୀରେ ୧୭ଜଣ ପାସ୍ କରିଥିବାବେଳେ ୭ଜଣ ଫେଲ୍ ହୋଇଛନ୍ତି । ପାସ୍ ହାର ୮୫.୭୧ ପ୍ରତିଶତ ରହିଛି । କଲେଜର ପରୀକ୍ଷାର୍ଥୀ ଶ୍ୱେତସିନୀ ହୋତା ୪୦୮ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିଭଳି ବାଙ୍କୋଇଠାରେ ଥିବା ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ଯୁକ୍ତ ୨ କଲେଜର ୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୨ଜଣ ପାସ୍ କରିଛନ୍ତି । ସେଥି ମଧ୍ୟରୁ ୩ଜଣ ଦ୍ୱିତୀୟ ଶ୍ରେଣୀ ଓ ୯ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାର ଫଳାପଳ ନୈରାଶ୍ୟ ଜନକ ହେତୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।