ଯୁକ୍ତ ୩ ନାମଲେଖା ପାଇଁ ସମୟ ପରିବର୍ତ୍ତନ କଲା ଉଚ୍ଚଶିକ୍ଷା ବିଭାଗ

(ଯୁଗାବ୍ଦ ନ୍ୟୁଜ) ଉଚ୍ଚଶିକ୍ଷା ବିଭାଗ ତରଫରୁ ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି । ପ୍ରଥମ ପର‌୍ୟ୍ୟାୟରେ ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ କମନ୍ ଆପଲିକେସନ ଫର୍ମ ପୂରଣ କରିବା ସହ ଫିସ୍ ଦାଖଲ କରିଛନ୍ତି ମାତ୍ର କୌଣସି କାରଣରୁ ହାର୍ଡ କପି ଦାଖଲ କରିନାହାନ୍ତି ସେମାନେ ଆଡମିସନରୁ ବଞ୍ଚିତ ହୋଇଛନ୍ତି।ସେମାନଙ୍କ ସୁବିଧା ପାଇଁ ହାର୍ଡକପି ଦାଖଲ କରିବାର ତାରିଖକୁ ଜୁନ୍ ୨୨ ଓ ୨୩ ତାରିଖ ପର‌୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହି ଛାତ୍ରଛାତ୍ରୀମାନେ ଦ୍ଵିତୀୟ ପର‌୍ୟ୍ୟାୟରେ ଆଡମିସନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ ପ୍ରଥମ ପର‌୍ୟ୍ୟାୟ ଆଡମିସନ ଫିସ ଦାଖଲ ସମୟସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ୨୧ ତାରିଖ ବଦଳରେ ଏହାକୁ ୨୩ ତାରିଖକୁ ଘୁଞ୍ଚାଯାଇଛି। ଛାତ୍ରଛାତ୍ରୀ ୨୩ତାରିଖ ସୁଦ୍ଧା ସେମାନଙ୍କର ନାମଲେଖା ଫିସ୍ ଅନଲାଇନରେ ଦାଖଲ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ