‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ଦିବଂଗତ ମନୋରମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା) : ମାସିକ ଓଡ଼ିଆ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ଓଡ଼ିଶାର ବରପୁତ୍ରୀ ଦିବଂଗତ ମନୋରମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତ ଆତ୍ମା ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ପ୍ରାଧ୍ୟାପକ ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ଯୋଗଦେଇ ମନୋରମା ମହାପାତ୍ରଙ୍କ ବହୁବିଧ ପ୍ରତିଭା ଜୀବନାଦର୍ଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ‘ଯୁଗଶ୍ରୀ ଯୁଗନାରୀ’ର ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ମନୋରମା ମହାପାତ୍ରଙ୍କୁ ଆତ୍ମ ଚେତନାର ଏକ ଉଦ୍ଗୀୀରଣ ଭାବେ ବର୍ଣ୍ଣନା କରିଥିଲେ । କେନ୍ଦ୍ର ସରକାରଙ୍କ ଓଡ଼ିଆ ଶାସ୍ତ୍ରୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଏଥିରେ ଯୋଡ଼ି ହୋଇ ମନୋରମା ମହାପାତ୍ରଙ୍କୁ ଆଲୋଚନାର ବିଷୟ ନୁହେଁ ଆରାଧନାର ବିଷୟ ବୋଲି ମତ ରଖିଥିଲେ । ମନୋରମା ମହାପାତ୍ର ସାହିତ୍ୟରେ ଥିଲେ ସତ୍ୟଭାମା, ସାମ୍ବାଦିକତାରେ ଥିଲେ ଅନୁପମା ବୋଲି ସେ ବର୍ଣ୍ଣନା କରିଥିଲେ । ସୁରେନ୍ଦ୍ରନାଥ କର, ସୀତା ସାହୁ, ଶିକ୍ଷାବିତ ନମିତା ପଣ୍ଡା, ପୂର୍ବତନ ମହିଳା କମିଶନର ଡ. ମୀନାକ୍ଷୀ ପଣ୍ଡା, ଡ. ସୁଷମା ମିଶ୍ର, ଶୁଭଙ୍କର ମହାପାତ୍ର, ସୁଶ୍ରୀ ଗୀତାଞ୍ଜଳି ସିଂହ, ଶରତ ମହାପାତ୍ର, କଲ୍ୟାଣୀ ନନ୍ଦ, ଡ. ପ୍ରଭାତ ନଳିନୀ ମହାପାତ୍ର, ଡାକ୍ତର ଅଭିମନ୍ୟୁ କାନୁନଗୋ, ସୌଦାମିନୀ ନାୟକ, ଡ. ସୁଷମା ତେଜ, ଡ. ସ୍ନେହ ମିଶ୍ର, ମୀରା ବେଉରା, ରୁମଝୁମ ନାୟକ, କଲ୍ୟାଣୀ ଦାସ, ବାସନ୍ତୀ କର, ପଦ୍ମାଳୟା ମିଶ୍ର, ଆରତୀ କର, ଜ୍ୟୋତିର୍ମୟୀ ତ୍ରିପାଠୀ, କୁସୁମ ପଟେଲ, ବର୍ଷା ଖଣ୍ଡେଲ୍ୱାଲ୍, ଭାରତୀ ପରିଡ଼ା, ଗୀତା ପୁରୀ, ଡ. ରବିନାରାୟଣ ମହାନ୍ନା, ଡ. ହେମନ୍ତ ପରିଡ଼ା, କମଳାକାନ୍ତ ଦାଶ, ଡ. ଏଲଏନ ମହାପାତ୍ର ଓ ବସନ୍ତ ପ୍ରଧାନ ପ୍ରମୁଖ ଏହି ଆଭାସି ଶ୍ରଦ୍ଧାଞ୍ଜଳି ସଭାରେ ଯୋଡ଼ି ହୋଇ ସ୍ମୃତିଚାରଣ କରିଥିଲେ ।


