ଯୁଗସ୍ରଷ୍ଟା କର୍ମ•ରୀ ନେତା ପତିତପାବନ ପରିଡ଼ାଙ୍କ ଚତୁର୍ଦ୍ଦଶ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : କର୍ମ•ରୀ ସଂଗଠନର ନୂତନ ଯୁଗ ସୃଷ୍ଟି କରିଥିବା ମହାନ୍ ନେତା ୰ ପତିତପାବନ ପରିଡ଼ାଙ୍କ ଚତୁର୍ଦ୍ଦଶ ବାର୍ଷିକୀ ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି ସଭା ପ୍ରତିବର୍ଷ ଭଳି ଚଳିତବର୍ଷ କର୍ମ•ରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ପତିତ ପାଇକ ମେମୋରିଆଲ ଟ୍ରଷ୍ଟର ସଭାପତି ଇଂ ସାରଦା ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷା ଇଂ ବିପିନ ବିହାରୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ନରସିଂହ ଆ•ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଇଂ ପ୍ରଦୀପ କୁମାର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦ୍ଘାଟକ ଭାବେ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟବକ୍ତା ଭାବେ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶାର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କର ଏକା ବାର୍ତ୍ତା ପଠାଇଥିଲେ । ଅତିଥିମାନେ ପତିତପାବନ ପରିଡ଼ାଙ୍କ ଜ୍ଞାନ ଓ ବୁଦ୍ଧିର ତାରିଫ କରିଥିଲେ । ସେ କର୍ମ•ରୀମାନଙ୍କୁ ନେତୃତ୍ୱ ଦେବା ସହିତ ସରକାରଙ୍କୁ ମଧ୍ୟ ବହୁ କ୍ଷେତ୍ରରେ ପରାମର୍ଶ ଦେଉଥିଲେ ।ଏହି ଶ୍ରାଦ୍ଧ ସଭାରେ ସର୍ବଶ୍ରୀ ଦୁର୍ଗାଚରଣ ନାୟକ, କୁଳମଣି ପଣ୍ଡା, ଦର୍ପନାରାୟଣ ଦାସ, ଲୋକନାଥ ରଥ, ଲକ୍ଷ୍ମୀଧର ସାମନ୍ତସିଂହାର, ସୁଧାଂଶୁ ଶେଖର ପତି, ବଳରାମ ପ୍ରସାଦ ବସୁ ମଲ୍ଲିକ, ଅଜୟ କୁମାର ସାହୁ, ଗଙ୍ଗାଧର ସ୍ୱାଇଁ, ଶ୍ୟାମସୁନ୍ଦର ଦାସ, ଗଗନ ବିହାରୀ ଭଞ୍ଜ, ଅନିଲ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅଜୟ କୁମାର ନାୟକ, ବାମଦେବ ତ୍ରିପାଠୀ, ଆଶିଷ କୁମାର ନନ୍ଦ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କର୍ମ•ରୀ ନେତା ସର୍ବଶ୍ରୀ କାଶୀନାଥ ଦାସ, ବୈକୁଣ୍ଠ ନାଥ ମହାପାତ୍ର, ଅଜିତ କୁମାର କବାଟ, ବସନ୍ତ କୁମାର ପଣ୍ଡା, ଧରଣୀଧର ନନ୍ଦ, ଚତୁର୍ଭୁଜ ଜେନା ଓ ଶ୍ରୀମତୀ ଶୈଳବାଳା ମହାନ୍ତିଙ୍କୁ ୨୦୧୯ ପତିତପାବନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଅଭ୍ୟର୍ଥନା ସମିତିର ଉପାଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ