“ଯୁଗାଦ୍ଧ”ର  ପ୍ରଭାବ : କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ କାନ୍ଥ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଗତ ୦୯/୦୮/୨୦୨୦ ତାରିଖରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତପ୍ତର ହୋଇ ଉଠିଥିଲା  । ଖବର ପ୍ରକାଶ ପରେ କ.ନୂଆଗାଁ ତହସିଲଦାର ଶଶାଙ୍କ ଶେଖର ପାତ୍ର କୃଷ୍ଣଚନ୍ଦ୍ରଙ୍କ ପରିବାର ନିକଟରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରିଥିଲେ । ବୁଧବାର  କ.ନୂଆଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ ପତ୍ରାଙ୍କ ନଂ-୨୩୪୫ତା ୦୮/୦୯/୨୦୨୦ ରିଖ ପ୍ରକାରେ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ୧,୦୫,୭୦୦/-(ଏକଲକ୍ଷ ପାଞ୍ଚହଜାର ସାତସହ ଟଙ୍କା)ର ସହାୟତା ପ୍ରଦାନ କରାଯାଇଛି । ବୁଧବାର କ.ନୂଆଗାଁ ତହସିଲଦାର କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ସାକ୍ଷାତ କରି ସହାୟତା ସମ୍ପର୍କରେ ଜଣାଇବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି ।ଏଥି ନିମନ୍ତେ କୃଷ୍ଣଚନ୍ଦ୍ରଙ୍କ ପରିବାର ଓଡିଶା ସରକାର, କନ୍ଧମାଳ ଜିଲ୍ଲାପାଳ, କ.ନୂଆଗାଁ ତହସିଲଦାର, ବଣ୍ଡଗୁଡାର ସମାଜସେବୀ ବିଜୟ କୁମାର ସାହୁ ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ