ଯୁଗାବ୍ଦ ନ୍ୟୁଜ ର ମହାପ୍ରଭାବ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ଦୀର୍ଘ ୨୫ ଦିନ ଧରି ଅନ୍ଧାରରେ ଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଗ୍ରାମପଂଚାୟତର ୧୩ ନଂ ୱାର୍ଡରେ ଟ୍ରାନ୍ସଫର୍ ପୋଡିଯିବାରୁ ଦୀର୍ଘ ଦିନ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ପିଲାମାନଙ୍କ ପାଠପଢା ଠାରୁ ଆରମ୍ଭ କରି ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ ଅଞ୍ଚଳବାସୀ । ଯୁଗାବ୍ଦ ନ୍ୟୁଜ ର ପ୍ରତିନିଧି ପ୍ରଭାତ ରଞ୍ଜନ ଦାସ ଗ୍ରାମବାସୀ ଙ୍କ ଅସୁବିଧା କୁ ଆଖି ଆଗରେ ରଖି ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କ ର ଦୃଷ୍ଟି ଆକର୍ଷଣ କରିବାର ୩ଘଣ୍ଟା ଭିତରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ନୂତନ ଟ୍ରାନ୍ସଫର ଗ୍ରାମରେ ବସାଇବା ସହ ଦୀର୍ଘ ଦିନ ଧରି ଅନ୍ଧାରରେ ଥିବା ଅଞ୍ଚଳବାସୀ ମାନେ ଆଲୋକ ପାଇଛନ୍ତି ।ଫଳରେ ଗ୍ରାମବାସୀ ମାନେ ଯୁଗାବ୍ଦ ୱେବପୋର୍ଟାଲ ଓ ଆମପ୍ରତିନିଥି ପ୍ରଭାତ ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ