ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ-ମେନ) ମେ ଅନ୍ତିମ ସପ୍ତାହରେ

ନୂଆଦିଲ୍ଲୀ : ଆସନ୍ତା 5, 7 ଓ 11 ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ-ମେନ)କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ତାରିଖରେ ଜେଇଇ ମେନ ଅନୁଷ୍ଠିତ ହେବା ନେଇ ଗତ 18.03.2020 ଏନଟିଏ ପକ୍ଷରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏନଟିଏ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମେ ଅନ୍ତିମ ସପ୍ତାହରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଆଗାମୀ କିଛି ସପ୍ତାହ ମଧ୍ୟରେ ସ୍ଥିତିର ଆକଳନ କରି ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ଏନଟିଏ ପକ୍ଷରୁ ଆଶାବ୍ୟକ୍ତ କରାଯାଉଛି । ତେବେ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଆବଶ୍ୟକ ହେଲେ କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବ । ତଦନୁଯାୟୀ, 15 ଏପ୍ରିଲ 2020 ପରେ ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇ ପରୀକ୍ଷା ପାଇଁ ପିଲାମାନଙ୍କୁ ଆଡମିଟ କାର୍ଡ ଯୋଗାଇ ଦିଆଯିବ । ଏଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସଦ୍ୟତମ ଘଟଣାକ୍ରମ ବିଷୟରେ ସୂଚନା ଦିଆଯିବ ତଥା ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ଯେକୌଣସି ପରିବର୍ତ୍ତନ ଏବଂ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚୀତ କରାଯିବ । ସଦ୍ୟତମ ସୂଚନା ପାଇଁ ପରୀକ୍ଷାର୍ଥୀ ଏବଂ ସେମାନଙ୍କର ଅଭିଭାବକମାନଙ୍କୁ ସଦ୍ୟତମ ସୂଚନା ପାଇଁ jeemain.nta.nic.in ଓ www.nta.ac.in ସାଇଟ୍ ଦେଖିବାକୁ ଅନୁରୋଧ କରାଯାଉଛି । ପରୀକ୍ଷାର୍ଥୀମାନେ  8287471852, 8178359845, 9650173668, 9599676953, 8882356803 ନଂରେ ଯୋଗାଯୋଗ କରି ଯେକୌଣସି ସୂଚନା ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ