ଯୁଗ୍ମ ପ୍ରଶାସକଙ୍କ ରିପୋର୍ଟ ପରେ ଦୁଇ ‌ସ୍ୱର୍ଗତ ପ୍ରବାସୀ ଓଡ଼ିଆଙ୍କ ପରିବାରକୁ ମିଳିବ ସାହାଯ୍ୟ

ବୁଗୁଡା (ଅନିଲ ମହାରଣା): ମଇ ମାସରେ ସାରା ବିଶ୍ୱକୁ ଗ୍ରାସିଥିଲା କରୋନା ମହାମାରୀ। ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ ପ୍ରବାସୀ ଓଡିଆ ଶ୍ରମିକ। ୨୦୨୦ ମଇ ୨ ତାରିଖ ଦିନ ରେଜିଷ୍ଟ୍ରେସନ ନଂ ଜିଜେ ୧୮ ଏକ୍ସ ୨୬୯୩ ଶ୍ରୀ ପଟେଲ ନାମକ ବସରେ ସୁରାଟରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଫେରୁଥିଲେ ନିଜର ଭିଟାମାଟି ଗଞ୍ଜାମ ଜିଲ୍ଲାକୁ। ପହଞ୍ଚି ଯାଇଥିଲେ ଗଞ୍ଜାମ ଜିଲ୍ଲା ସୀମା ପାଖାପାଖି। ସମସ୍ତଙ୍କ ମନରେ ଖୁସିର ଲହରୀ। ହେଲେ ସବୁ ହୋଇଗଲା ଓଲଟପାଲଟ। କଳିଙ୍ଗା ଘାଟିରେ ଭୟାବହ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା ସେହି ଶ୍ରୀ ପଟେଲ ବସ। ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆମ ବୁଗୁଡା ବ୍ଲକର ଦୁଇଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଚାଲିଯାଇଥିଲା ଜୀବନ। ସେଦୁହେଁ ହେଲେ ବୁବୁଡ ସହରର ବଳରାମ ସେଠୀଙ୍କ ପୁଅ ସନ୍ତୋଷ କୁମାର ସେଠୀ(୩୭) ଓ ବରଡିପଲ୍ଲୀ ଗ୍ରାମର ଲଡୁ କିଶୋର ସେଠୀଙ୍କ ପୁଅ ଚିତ୍ତରଞ୍ଜନ ସେଠୀ (୪୮)। ଏନେଇ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା କେଶ ନଂ ୩୫/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ସ୍ବର୍ଗତ ସନ୍ତୋଷ ଓ ସ୍ୱର୍ଗତ ଚିତ୍ତରଞ୍ଜନ ଦୁଇ ପରିବାର ସମସ୍ତ ପ୍ରମାଣ ପତ୍ର ଦାଖଲ କରିବାରେ ଡେରି ହୋଇଥିବା ଯୋଗୁଁ ସରକାରୀ ସାହାଯ୍ୟ ଅର୍ଥ ପହଞ୍ଚିବାରେ ଡେରି ହୋଇଥିବା ଜଣାପଡ଼ିଛି। ଡେରି ହେଲେବି ଏହି ଦୁଇ ପରିବାରଙ୍କୁ ଖୁବ ଶୀଘ୍ର ଦୁଇ ଲକ୍ଷ ଟଙ୍କା ଲେଖାଁଏ ସରକାରୀ ସାହାଯ୍ୟ ମିଳିବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ ପ୍ରକାରେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବିଡ଼ିଓ ତନ୍ମୟ ପାତ୍ର ଖୁବ ଶୀଘ୍ର ସେମାନଙ୍କ ଯୁଗ୍ମ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ଯାଉଛନ୍ତି। ଏହିପରି ବସ ଦୁର୍ଘଟଣାରେ ବେଲଗୁଣ୍ଠା ବ୍ଲକର ମୃତ୍ୟୁ ବରଣ କରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ସରକାରୀ ସାହାଯ୍ୟ ମିଳିଥିବା ବେଳେ ବୁଗୁଡା ବ୍ଲକର ଦୁଇ ପରିବାରଙ୍କୁ ମଧ୍ୟ ସେହି ପରିମାଣ ରାଶି ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ