ଯୁଗ ଜ୍ୟୋତି ଯୁବ ସଂସଦ ପ୍ରାଙ୍ଗଣରେ ସାଧାରଣ ବୈଠକ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ରବିବାର ସନ୍ଧ୍ୟା ୫.୦୦ ଟା ରେ ସ୍ଥାନୀୟ ଯୁଗ ଜ୍ୟୋତି ଯୁବ ସଂସଦ ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ବରିଷ୍ଠ ନାଗରିକ ଶ୍ରୀମାନ ନିତ୍ୟାନନ୍ଦ ଦଳାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା. ଏଥିରେ ପୁରୁଣା ପରିଚାଳନା ସମିତି ଭଙ୍ଗ କରାଯାଇ, ନୂତନ ପରିଚାଳନା ସମିତି ଗଠନ କରାଗଲା. ଏହି ନୂତନ ପରିଚାଳନା ସମିତି ରେ ଡ଼କ୍ଟର ଵାଲା ଶିବାଜୀ ପାତ୍ର (ସଭାପତି ), ଶ୍ରୀ ଅଦଲ ଚେନେୟା (ଉପସଭାପତି ), ଶ୍ରୀ ଆରସିଲୁ ରୋଶନ କୁମାର (ସମ୍ପାଦକ ), ଶ୍ରୀ ଜିତେନ୍ଦ୍ର କୁମାର ମହାରଣା (ଯୁଗ୍ମ ସମ୍ପାଦକ ) ଏବଂ ଶ୍ରୀ ଦୀପକ କୁମାର ରାଉତ (କୋଷାଧକ୍ଷ ) ରୂପେ ମନୋନୀତ ହୋଇଛନ୍ତି. ଉକ୍ତ ପରିଚାଳନା ସମିତି ରେ ଉପଦେଷ୍ଟା ଭାବେ ବରିଷ୍ଠ ଅଧିବକ୍ତା ଶ୍ରୀ ଡି ଶଙ୍କର ରାଓ ଅଚାରୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ପ୍ରତିନିଧି ରୂପେ ଶ୍ରୀ ନିତ୍ୟାନନ୍ଦ ଦଳାଇ, ଇଞ୍ଜିନିଏର ଶ୍ରୀ ଶ୍ରୀନିବାସ ରାଉଳ, ସରପଞ୍ଚ ପ୍ରତିନିଧି ଟୁକୁନା ସେଠି ଯୁବସମାଜ ସେବି ପ୍ରଦୀପ କୁମାର ବେହେରା ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ କୁ ମନୋନୀତ ହୋଇଥିଲେ . ସଭା ଶେଷ ରେ ପୁରୁଣା କମିଟି ତରଫରୁ ନୂତନ କମିଟି ସଭ୍ୟ ମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଗଲା. ସଭା ଶେଷରେ ଅଧିବକ୍ତା ଶ୍ରୀ ଶଙ୍କର ରାଓ ଅଚାରୀ ଧନ୍ୟବାଦ ଅର୍ପଣ କରି ଥିଲେ ସମ୍ପାଦକ