ଯୁଗ ପବ୍ରତକ ସ୍ଵାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ସମାରୋହ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ରାଜୁଗୁରୁ ସାହିସ୍ଥିତ ସ୍ଥାନୀୟ ପରିଛା ମଠ ପରିସରରେ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ପାଳିତ ହୋଇ ସାରିଛି । ମୁଖ୍ୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ମୁଖ୍ୟ ବକ୍ତା ଭାବେ କଳାଶ୍ରୀ ମୂରଲୀଧର ପରିଛା, ସମ୍ମାନିତ ବକ୍ତା ଭାବେ ନିତ୍ୟାନନ୍ଦ ଚୌଧୁରୀ, ଯୋଗ ଦାନ କରି ଆଜିର ଯୁବ ସମାଜ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଉଦବୋଧନ ଦେଇଥିଲେ । ବାଳ ମୁକୁନ୍ଦ କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀ,ଅଭିଭାବକ ଯୋଗଦାନ କରି ବିବେକାନନ୍ଦଙ୍କ ତ୍ୟାଗ, ନିଷ୍ଠା, ସାହସ, ଏବଂ ବସୁଦେବ କୁଟୁମ୍ବକମ୍ ବାର୍ତ୍ତା ଆଜିର ଯୁଗରେ ସାଦରେ ଗ୍ରହଣ କରି ଆଚରଣରେ ଆପଣେଇବାକୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ସୁଶ୍ରୀ ପ୍ରଯୋତୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।