ଯୁଥ୍ ମାସ ସେବା ସଂଘ ପକ୍ଷରୁ ତ୍ରିରଙ୍ଗା ଉତ୍ସବ ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ସ୍ଥିତ ୟୁଥ ମାସ ସେବା ସଂଘ ପକ୍ଷରୁ ମହାଆଡମ୍ବର ସହକାରେ ୭୩ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ପୂର୍ବାହ୍ନରେ ସଂଘ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସନ୍ଧ୍ୟାରେ ଚଣ୍ଡିଛକ ସମ୍ମୁଖରେ ତ୍ରିରଙ୍ଗା ଉତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିିିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଇଆରଇ କଂପାନୀର ଏସ.ଏସ. ମଲ୍ଲିକ, ସୁରେଶ ଚନ୍ଦ୍ର ପାତ୍ରସମ୍ମାନ୍ନିତ ଅତିଥିଭାବେ ପ୍ରମୂଖ ମଞ୍ଚାସୀ ଥିଲେ । ଆଲିଆବାଦର ଦେବରାଜ ସାହୁଙ୍କ ଦୁଇଟି ପୁଅର ପକ୍ଷାଘାତ ରୋଗ ହୋଇଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲ।। ସବୁବର୍ଷ ପରି ଚଳିତ ବର୍ହ ମଧ୍ୟ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇ ଟ୍ରଫି ସହ ଚାରା ପ୍ରଦାନ କରାଯାଇଥିଲା । ୟୁଥ ମାସ ସେବା ସଂଘ ପକ୍ଷରୁ ସେହି ଅଂଚଳର ବ୍ୟବସାୟୀ ମାନଙ୍କୁ ମୋ ଛତ୍ରପୁର ସ୍ୱଚ୍ଛ ଛତ୍ରପୁର ଅନୁସାରେ ଗୋଟିଏ ଗୋଟିଏ ଡଷ୍ଟବିନ୍ ମୁଖ୍ୟ ଅତିଥୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲ।। ଏଭଳି କାର୍ଯ୍ୟକୁ ଅତିଥିମାନେ ପ୍ରଶଂସା କରିଥିଲେ ଏବଂ ଏହିପରି କାର୍ଯ୍ୟରେ ସବୁ ଯୁବ ପୀଢି ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୟୁଥ୍ ମାସ ସେବା ସଂଘର ସଂଘର ସାଧାରଣ ସମ୍ପାଦକ ସୟଦ ମୁକ୍ତାର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉପଦେଷ୍ଟା କେ.ରମେଶ , ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ଆୟୁବ ଖାନ,ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳାନରେ ସହ ଯୋଗ କରିଥିଲେ । ଶେଷରେ କୁନି କୁନି କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ