ଯୁଦ୍ଧ ପରିପ୍ରେକ୍ଷୀରେ ଭାରତରେ ନାଗରିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ
କଟକ, (ଯୁଗାବ୍ଦ ନ୍ୟୁଜ) :-ରୁଷ୍-ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ୍ ଏବଂ ୟୁକ୍ରେନକୁ ଅନୁରୋଧ କରିବା ପାଇଁ ଏବଂ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତୀୟ ନାଗରିକ ମାନଙ୍କର ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧରେ ଶ୍ୱେତପତ୍ର ପ୍ରକାଶ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ସାଧାରଣ ସମ୍ପାଦକ ନରେନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


