ଯୁଦ୍ଧ ବିମାନ ତେଜସ୍‌ରେ ଉଡ଼ିଲେ ସିନ୍ଧୁ

ବେଙ୍ଗାଲୁରୁ : ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ପରେ ଗୋଟିଏ ପଦକ ଜିତିଛନ୍ତି। ତେବେ ଶନିବାର ସିନ୍ଧୁ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଏଠାରେ ଆୟୋଜିତ ଏରୋ ଇଣ୍ଡିଆ ସୋ’ରେ ସିିନ୍ଧୁ ଲଢୁଆ ଯୁଦ୍ଧ ବିମାନରେ ବସିବାର ସୌଭାଗ୍ୟ ହାସଲ କରିଛନ୍ତି। ସୁବଜ ରଙ୍ଗର ୟୁନିଫର୍ମ ପରିହିତା ସିନ୍ଧୁ ତେଜସ୍‌ର କକ୍‌ପିଟରେ ସହକାରୀ ପାଇଲଟ ଭାବେ ବସିଥିଲେ। ସିନ୍ଧୁଙ୍କୁ ଦେଖିବାକୁ ଭିଡ଼ ଜମି ଯାଇଥିଲା। ତେଜସ୍‌କୁ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସିନ୍ଧୁଙ୍କୁ ତେଜସ୍‌ରେ ବସି ଆକାଶରେ ଉଡିବାର ସୁଯୋଗ ଦେଇଥିଲେ ଆୟୋଜକ। ଅଲିମ୍ପିକ୍‌ସରେ ରୌପ୍ୟ ପଦକ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ବହୁ ପଦକ ଜିତିଥିବା ସିନ୍ଧୁ ଆସନ୍ତା ମାର୍ଚ୍ଚ ୬ରେ ବର୍ମିଂହାମ୍‌ରେ ଆୟୋଜିତ ହେବାକୁ ଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ