ଯୁଧିଷ୍ଠିର ପଣ୍ଡା ପ୍ରତିଭା ଅନ୍ୱେଷଣ ନେଇ ପ୍ରସ୍ତୁତି
ବନ୍ତ(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଟିଲୋସ୍ଥିତ ମେନକାରାଣୀ ଉଚ୍ଚ ବିଦ୍ୟାଳୟ ଓ ଗଡଚଣ୍ଡି ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଯୁଧିଷ୍ଠିର ପଣ୍ଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁଧିଷ୍ଠିର ପଣ୍ଡା ପ୍ରତିଭା ଅନ୍ୱେଷଣ କମିଟି ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୪ର୍ଥ ଓ ୫ମ ଶ୍ରେଣୀର ପିଲା ମାନେ ଜୁନିୟର ବର୍ଗ ଏବଂ ୬ଷ୍ଠ, ୭ମ, ୮ମ ଶ୍ରେଣୀର ପିଲା ମାନେ ସିନିୟର ବର୍ଗରେ ଭାଗ ନେବେ । କମିଟିର ସଂପାଦକ ତଥା ଗଡଚଣ୍ଡି ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମେନକାରାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ, ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପାଣିଗ୍ରାହୀ, ଅକ୍ଷୟ ସ୍ୱାଇଁ, ରମେଶ ଜେନା, ଡମ୍ବରୁଧର ପଢିଆରୀ, ଗଜେନ୍ଦ୍ର ସାହୁ, ଅରୁଣ କୁମାର ଜେନା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


