ଯୁଧିଷ୍ଠିର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ଟିଲୋସ୍ଥିତ ଗଡଚଣ୍ଡି ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଯୁଧିଷ୍ଠିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଓଡିଆ ଭାଷାଜ୍ଞାନ ଉପରେ ଅନୁଷ୍ଠିତ ପ୍ରତିଭା ଅନ୍ୱେଷଣ ପରୀକ୍ଷାରେ ୬ ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ । ସେମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗରେ ସୁଷମା ନାୟକ ପ୍ରଥମ, ପ୍ରିୟଙ୍କା ସାମଲ ୨ୟ, ଦୀଲନ୍ ଚରଣ ସାହୁ ୩ୟ ସ୍ଥାନ ଏବଂ କନିଷ୍ଠ ବର୍ଗରେ ଅଙ୍କିତା ସା ପ୍ରଥମ, ରୋହିତ କୁମାର ସାହୁ ୨ୟ, ସାଇସ୍ୱାଗତ ଦାସ ୩ୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଅତିଥି ଭାବେ ସରପଞ୍ଚ ନିହାରିକା ରାଉତ, ଅବସରପ୍ରାପ୍ତ ଶିକ୍ଷକ ହରିହର ପାଣିଗ୍ରାହୀ, ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଅଜୟ କୁମାର ପୃଷ୍ଟି, ନାରାୟଣ ଚନ୍ଦ୍ର ରାଉତ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନାତନ ଦାସ, ସହକାରୀ ଶିକ୍ଷକ ଶରତ କୁମାର ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିିତ ପ୍ରତିଭା ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଯୁଧିଷ୍ଠିର ପଣ୍ଡା ଓ ରାହାସମଣି ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୁଧିର କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନିରୁଦ୍ଧ ମଂଗଳ, ନରେନ୍ଦ୍ର କୁମାର ସାହୁ, ଅଶୋକ ଦାସ, ଶୁଭେନ୍ଦୁ ବିଶ୍ୱାଳ, ଅରୁଣ କୁମାର ବାରିକ, ଡମ୍ବରୁଧର ପଢିଆରୀ, ବଟକୃଷ୍ଣ ସେଠୀ, ନିତ୍ୟାନନ୍ଦ ସାହୁ, ଗଜେନ୍ଦ୍ର ସାହୁ, ଅକ୍ଷୟ ସ୍ୱାଇଁ, ସଞ୍ଜୟ ସାମଲ,ଶ୍ରୀଧର ପଣ୍ଡା ପ୍ରମୁଖ ସହୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ