ଯୁଧିଷ୍ଠିର ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତ ଯୁଧିଷ୍ଠିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ମାଳତୀଲତା ପୃଷ୍ଟି, ଅଣିଜୋ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାର୍ତ୍ତିକ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ ଦ୍ୱାରା ସେମାନଙ୍କ ମଧ୍ୟରେ ସମଭାବପର୍ଣ୍ଣ ମନୋଭାବ ଜାଗ୍ରତ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ୧୫୦ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ କରି ପୋଷାକ ବଣ୍ଟନ କରାଯାଇଥିଲା । ଶିକ୍ଷକ ଆନନ୍ଦ ଚରଣ ସାହୁ, ଘନଶ୍ୟାମ ପଣ୍ଡା, ମନ୍ମଥ ନାୟକ, କାହ୍ନୁ ଚରଣ ନାୟକ, ଅନୀତା ସେଠୀ, ପରିଚାଳନା କମିଟିର ରଘୁନାଥ ପାଣିଗ୍ରାହୀ, ମମତା ରାଉତ, ନଳିନୀ ଜେନା, ମମତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ