ଯୁବକଙ୍କୁ ଗୁଳି କରି ହତ୍ୟା, ଆସାମୀ ଫେରାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୂର୍ବ ଶତୃତାକୁ କେନ୍ଦ୍ର କରି ରବିବାର ସଂଧ୍ୟା ୭ ଘଣ୍ଟା ସମୟରେ ପୋଲସରା ପୋଲିସ ଥାନା ଅନ୍ତର୍ଗତ ରାମ୍ପୁଡି ଗ୍ରାମରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରା ଯାଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ରବିବାର ଦିନ ରାମ୍ପୁଡି ଗ୍ରାମ ର କାର୍ତ୍ତିକେଶ୍ୱର ଶବର (୨୫) ନିଜ ଘରେ ଥିବା ବେଳେ ସେହି ଗ୍ରାମର ଲଡୁ ଶବର ବାଡିପଟୁ ଆସି କାର୍ତ୍ତିକେଶ୍ୱର ଶବରଙ୍କ ଉପରକୁ ଗୁଳି କରିଥିଲା । ଫଳରେ କାର୍ତ୍ତିକେଶ୍ୱରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲସରା ପୋଲିସ ଓ ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସାଇଣ୍ଟିଫିକ୍ ଟିମ୍ ସହିତ ରାମ୍ପୁଡି ଗ୍ରାମରେ ପହଞ୍ଚି ଶବକୁ ଜବତ କରିଥିଲେ। ମୃତକଙ୍କ ପତ୍ନୀ ପମିତା ଶବରଙ୍କ ଲିଖିତ ଅଭିଯୋଗ ପରେ ପୋଲସରା ପୋଲିସ ଥାନାରେ ୩୭/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁହୋଇ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ପୋଲିସ ଘଟଣାର ଅନୁସନ୍ଧାନ କରୁଛନ୍ତି । ଅଭିଯୁକ୍ତ ଫେରାର ହୋଇ ଯାଇଥିବା ପୋଲିସ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ