ଯୁବକଙ୍କୁ ତହସିଲଦାର ଚାପୁଡ଼ା ମାରିବା ଘଟଣା : ଜିଲ୍ଲାପାଳଙ୍କ ଠାରେ ତଦନ୍ତ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମର ଅରଣ୍ୟ କୁମାର ନାହାକଙ୍କୁ ୧୩ ତାରିଖରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଏହି ମାଡ଼ ଘଟଣାକୁ ନେଇ ତହସିଲଦାରଙ୍କୁ ଘେରିବା ସହ କୈଫିୟତ ମାଗିଥିଲେ । ଏହା ର ଭିଡିଓ ଭାଇରାଲ ହୋଇଥିଲା । ବୁଧବାର ଏନେଇ ତହସିଲଦାରଙ୍କ ନାଁରେ ରମ୍ଭା ଥାନାରେ ଅରଣ୍ୟ ଏତଲା ଦେଇଛନ୍ତି । ଏଥିସହ ସେ ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଲିଖିତ ଭାବେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ତହସିଲଦାର ସରକାରୀ ଗାଡ଼ିରେ ଦ୍ରୁତଗତିରେ ସିପକୁଦା ଦେଇ ଯାଉଥିବା ସମୟ ରେ ବିଲରୁ ଫେରୁଥିବା ଯୁବକ ଅରଣ୍ୟ ନାହାକ ଗାଡ଼ିଟିକୁ ଦ୍ରୁତ ଗତିରେ ଯାଉଥିବା ଦେଖି ହାତ ମାରି ଧୀରେ ଚଲେଇବାକୁ କହିଥିଲେ। ଏହାପରେ କିଛି ଦୂର ଚାଲିଯାଇ ଥିବା ତହସିଲଦାର ଗାଡ଼ି ପୁଣି ପଛକୁ ଫେରି ଯୁବକକୁ କାହିଁକି ହାତ ଦେଖେଇଲୁ କହି ଗାଳି କରିଥିଲେ। ଶେଷରେ ତହସିଲଦାର ଉତ୍‌କ୍ଷିପ୍ତ ହୋଇ ଯୁବକକୁ ଚାପୁ ମାରିଥିବା ଅଭିଯୋଗ ହୋଇଥିଲା। ପ୍ରକାଶଯୋଗ୍ୟ, ପୂର୍ବରୁ ତହସିଲଦାର ପେଟ୍ରୋଲ ପମ୍ପରେ ଏକ ଯୁବକକୁ ଉଠ୍‌ବସ୍‌ କରେଇ ବିବାଦରେ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ