ଯୁବକଙ୍କୁ ନିସ୍ତୁକ ପିଟିଲା ପୁଲିସ
ଲକ୍ଷେ୍ନø: ଉତ୍ତର ପ୍ରଦେଶରେ ପୁଲିସ୍ କେମିତି ଗୁଣ୍ଡାଗର୍ଦ୍ଦି କରେ, ତା’ର ଭିଡିଓ ସାମ୍ନାକୁ ଆସିଛି । ରାଜ୍ୟର ସିଦ୍ଧାର୍ଥ ନଗର ଜିଲ୍ଲାରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଜଣେ ଯୁବକଙ୍କୁ ରାସ୍ତାରେ ପକାଇ ପ୍ରବଳ ମାଡ଼ ମାରିଛନ୍ତି । ଏହି ସମୟରେ ମାଡ଼ ଖାଉଥିବା ଯୁବକଙ୍କ ଛୋଟ ଭଣଜା ଜଣଙ୍କ କେବଳ ହତବାକ ହୋଇ ପୂରା ଘଟଣାକୁ ଦେଖୁଥିଲେ । କିଛି ଲୋକ ଘଟଣାର ଭିଡିଓ ଶୁଟିଂ କରୁଥିଲେ ହେଁ କେହି ବି ଏହାର ପ୍ରତିବାଦ କରି ନଥିଲେ । ଏହି ଘଟଣାରେ ଦୁଇ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସୂତ୍ର ଅନୁସାରେ, ରିଙ୍କୁ ପାଣ୍ଡେ ନାମକ ଯୁବକ ଜଣଙ୍କ ବାଇକ ଯୋଗେ ନିଜ ଭଣଜାକୁ ବସାଇ ଯାଉଥିଲେ । ପୁଲିସ୍ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲା । ଏହାକୁ ନେଇ ପୁଲିସ୍ କର୍ମଚାରୀ ଏବଂ ରିଙ୍କୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।


