ଯୁବକଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଅସହଲୁଟ

ଯୋଡ଼ା : ସହରର ବସଷ୍ଟାଣ୍ଡ ନିକଟରେ ସତ୍ୟଜିତ ମାହାର୍ଥା ନାମକ ଯୁବକଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହିତ ମୋବାଇଲ ଫୋନ ଓ ନଗଦ ୧୧ହଜାର ୨୦୦ଟଙ୍କା ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସତ୍ୟଜିତ ମାହାର୍ଥା ସୋମବାର ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଦୋକାନ ବନ୍ଦ କରି ଖାଇବା ଆଣିବାକୁ ଯାଉଥିବାବେଳେ ଯୋଡ଼ା ବସଷ୍ଟାଣ୍ଡ ନିକଟରେ ୮ରୁ ୧୦ଜଣ ଦୁର୍ବୁତ ଆସି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ।ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୁତ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇ ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ କେଶ ନଂ୫୩/୨୦୨୦ ଦଫା ୩୯୫,୨୫ ଆର୍ମ୍‌ସ ଆକ୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଯୋଡ଼ା ଥାନା ଆଇଆଇସି ରାଇସେନ ମୂର୍ମୂ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ